ETV Bharat / city

ରାଜଧାନୀରେ ପଶ୍ଚିମବଙ୍ଗ ଚୋର: ଘର ଘର ବୁଲାଉଥିଲେ କଳାକନା, ବାନ୍ଧିଲା ପୋଲିସ - ଖଣ୍ଡଗିରି ଥାନା

ହାଣ୍ଡି, ବାଲଟି ଠାରୁ ଆରମ୍ଭ କରି ଭାକ୍ୟୁମ କ୍ଲିନର, ଚିମିନି ଭଳି ଅନେକ ଆସବାବପତ୍ର ସହ ଟିଭି, ଆଇରନ ଓ ଗ୍ରାଇଣ୍ଡର କରୁଥିଲେ ଚୋରି । ଏଭଳି ଚୋରି ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ 2 ଜଣଙ୍କୁ ଗିରଫ କରିଛି ।

ରାଜଧାନୀରେ ପଶ୍ଚିମବଙ୍ଗ ଚୋର
ରାଜଧାନୀରେ ପଶ୍ଚିମବଙ୍ଗ ଚୋର
author img

By

Published : Dec 15, 2020, 8:01 PM IST

ଭୁବନେଶ୍ବର: ହାଣ୍ଡି ଚୋରରୁ ହାଇଟେକ ଚୋର। ଘର ଘର ବୁଲି ଚୋରି କରୁଥିଲେ ଘରୋଇ ଉପକରଣ । ହାଣ୍ଡି, ବାଲଟି ଠାରୁ ଆରମ୍ଭ କରି ଭାକ୍ୟୁମ କ୍ଲିନର, ଚିମିନି ଭଳି ଅନେକ ଆସବାବପତ୍ର ସହ ଟିଭି, ଆଇରନ ଓ ଗ୍ରାଇଣ୍ଡର କରୁଥିଲେ ଚୋରି । ଏଭଳି ଚୋରି ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ 2 ଜଣଙ୍କୁ ଗିରଫ କରିଛି ।

ରାଜଧାନୀରେ ପଶ୍ଚିମବଙ୍ଗ ଚୋର

ଗିରଫ ହୋଇଥିବା 2 ଅଭିଯୁକ୍ତ ହେଲେ ପୁରୁଷୋତ୍ତମ ମାନ୍ନା ଓରଫ ବାପି ଓ ସେକ ଅବଦୁଲ ହାକିମ । ଯିଏକି ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ହୋଇଥିବାବେଳେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ପୋଲିସ ଏମାନଙ୍କୁ ଗିରଫ କରିବା ପୂର୍ବରୁ ଏକ ଚୋରି ବାଇକକୁ ଟ୍ରାକ କରୁଥିବାବେଳେ ପୋଲିସକୁ ମିଳିଛି ଗୋଟେ ଟ୍ରକରେ ଭର୍ତ୍ତି ଚୋରି ଜିନିଷ । ଭୁବନେଶ୍ବର ଶିଖରଚଣ୍ଡି ବସ୍ତିରେ ଚଢାଉ କରି ୪ଟି ବାଇକ ସମେତ ଅଟା କଳ , ଗ୍ରାଇଣ୍ଡର, ଟେଣ୍ଟ ଚେୟାରଠୁ ଆରମ୍ଭ କରି ବଡ଼ ବଡ଼ ରୋଷେଇ ଟପ, ଭାକ୍ୟୁମ କ୍ଲିନର ମେସିନ ଭଳି ଦାମିଦାମି ଜିନିଷ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ ।

ଏହାସହ ଅନେକ 40 ରୁ 50 ହଜାର ଟଙ୍କାର ଦାମି ଘରୋଇ ଉପକରଣକୁ ମାତ୍ର 5 ରୁ 10 ହଜାର ଟଙ୍କାରେ ବିକ୍ରି କରିଦେଉଥିଲେ । ଆଉ ଏସବୁ ଘରୋଇ ଜିନିଷ ଚୋରି କରିବା ପରେ ଟ୍ରକରେ ଲୋଡ କରି ପଶ୍ଚିମବଙ୍ଗ ନେଇଯାଉଥିଲେ । ଆଉ ସେଠାରେ ଏହାକୁ ଶାଗମାଛ ଦରରେ ବିକ୍ରି କରୁଥିବା ପୋଲିସ ଜାଣିବାକୁ ପାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.