ETV Bharat / city

ଏଣିକି ୱେଲଡିଂରେ ଯୁବତୀ କରିପାରିବେ କ୍ୟାରିୟର, ଦିଆଯିବ ପ୍ରଶିକ୍ଷଣ

author img

By

Published : Mar 5, 2020, 8:44 PM IST

ଯୁବତୀଙ୍କୁ ଦିଆଯିବ 3 ଦିନିଆ ୱେଲଡିଂ ସ୍କିଲର ପ୍ରଶିକ୍ଷଣ । ଅନେକ ପିଲା ୱେଲଡିଂରେ ନିଜର କ୍ୟାରିୟର କରିପାରିବେ । ବିଦେଶରେ ଯେଉଁ ଭଳି ଭାବରେ ଯୁବତୀମାନେ ବଡ ବଡ କମ୍ପାନୀମାନଙ୍କରେ ୱେଲଡିଂ କାମ କରୁଛନ୍ତି ଓ ପ୍ରଶିକ୍ଷଣ ଦେଉଛନ୍ତି, ସେହିଭଳି ଭାବରେ ଭାରତୀୟ ଛାତ୍ରୀମାନେ ୱେଲଡିଂରେ କ୍ୟାରିୟର କରିପାରିବେ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

welding workshop to be held by CV raman global university
ଏଣିକି ୱେଲଡିଂରେ ଯୁବତୀ କରିପାରିବେ କ୍ୟାରିୟର, ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ବର: ଏଣିକି ବିଦେଶ ଭଳି ଆମ ଦେଶର ଯୁବତୀମାନେ ୱେଲଡିଂରେ କ୍ୟାରିୟର କରିପାରିବେ । ଏଥିପାଇଁ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆଗକୁ ଆସିଛି ସିଭି ରମଣ ଗ୍ଲୋବାଲ ୟୁନିଭରସିଟି । ଏଥିରେ ଝିଅ ମାନଙ୍କୁ 3 ଦିନିଆ ପ୍ରଶିକ୍ଷଣ ଦିଆଯିବ । ଯେଉଁଥିରେ ଭାଗ ନେବେ 102 ଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ସିଭି ରମଣ ୟୁନିଭରସିଟି ସଭାପତି ସଞ୍ଜୀବ କୁମାର ରାଉତ ।

ଅନେକ ପିଲା ୱେଲଡିଂରେ ନିଜର କ୍ୟାରିୟର କରିପାରିବେ । ବିଦେଶରେ ଯେଉଁ ଭଳି ଭାବରେ ଯୁବତୀ ମାନେ ବଡ ବଡ କମ୍ପାନୀ ମାନଙ୍କରେ ୱେଲଡିଂ କାମ କରୁଛନ୍ତି ଓ ପ୍ରଶିକ୍ଷଣ ଦେଉଛନ୍ତି, ସେହିଭଳି ଭାବରେ ଭାରତୀୟ ଛାତ୍ରୀମାନେ ଏପରି ଏକ ଅଗ୍ରଗତିଶୀଳ କ୍ୟାରିୟରକୁ ଅପଣାଇବେ ।

ସେନେଇ 3 ଦିନିଆ ପ୍ରଶିକ୍ଷଣ କରାଯାଉଛି । ତେବେ ଇଣ୍ଡିଆର ସମସ୍ତ ରାଜ୍ୟରୁ 202 ଜଣ ନାମ ଦାଖଲ କରିଥିବା ବେଳେ ସିଭି ରମଣ ୟୁନିଭରସିଟିରୁ 6 ଜଣ ନାମ ପଞ୍ଜିକୃତ କରିଛନ୍ତି । ଯେଉଁ ମାନେ ଭଲ ଭାବରେ ପଦର୍ଶନ କରିବେ ସେମାଙ୍କୁ ପୁରସ୍କାର ମିଳିବା ସହ ଆଗାମୀ ଦିନରେ କିଭଳି ବିଶ୍ବସ୍ତରରେ ପ୍ରତିଯୋଗିତା ପାଇଁ ଅଂଶଗ୍ରହଣ କରିବେ ସେନେଇ ସୁଯୋଗ ସୁବିଧା ଯୋଗାଇ ଦିଆଯିବ । ଏହା ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅୟୋଜନ କରାଯାଉଛି । ବିଶେଷ ଭାବରେ ଏହି କ୍ୟାରିଅର ପାଇଁ ଆଇଆଇଟି ଡିପ୍ଲୋମା ଆବଶ୍ୟକ ରହୁଛି । କିନ୍ତୁ ଯଦି କୌଣସି ପିଲାର ଇଛାଶକ୍ତି ରହିଛି ଏହି କ୍ୟାରିଅର ଉପରେ ତେବେ ସେ ଭଲଭାବରେ କାମ କରିପାରୁଛି ତେବେ ସେହି ପିଲାଙ୍କୁ ନିଯୁକ୍ତି ଦିଆଯିବ ବୋଲି ସିଭି ରମଣ ୟୁନିଭରସିଟିର ସଭାପତି ସଞ୍ଜୀବ କୁମାର ରାଉତ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.