ETV Bharat / city

ଭାରତ ବନ୍ଦରୁ ବାଦ ପଡିବ ଅତ୍ୟାବଶ୍ୟକ ସେବା - ଭାରତ ବନ୍ଦ ଡାକରା

ବୁଧବାର 24 ଘଣ୍ଟିଆ ଭାରତ ବାନ୍ଦ ଡାକରା ଦେଇଛି ବାମଦଳ । ତେବେ ବନ୍ଦରୁ ବାଦ ପଡିବ ଜରୁରୀକାଳୀନ ସେବା । ଏହାସହ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ମଧ୍ୟ ବାଦ ଦିଆଯାଇଛି । ଆଉ କେଉଁ ସେବାକୁ ବାଦ ଦିଆଯାଇଛି ପଢନ୍ତୁ...

PHOTO
ଭାରତ ବନ୍ଦ
author img

By

Published : Jan 7, 2020, 8:34 PM IST

ଭୁବନେଶ୍ବର: ଭାରତ ବନ୍ଦ ଡାକରା ଦେଲେ ବାମ ଦଳ ସମେତ କେତେକ ଟ୍ରେଡ ୟୁନିୟନ । ୧୨ ଦଫା ଦାବି ନେଇ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି। ବାମଦଳ , କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ବାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି।

ବନ୍ଦରୁ ବାଦ ପଡିବ ଅତ୍ୟାବଶ୍ୟକ ସେବା

କେନ୍ଦ୍ର ସରକାରଙ୍କ ଦ୍ବାରା ଉପୁଜିଥିବା ସାମ୍ବିଧାନିକ ସଙ୍କଟ, ଅର୍ଥନୈତିକ ମାନ୍ଦାବସ୍ଥା, ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଂସା, ଚାଷୀ ମାରଣ ନୀତି, ଦରଦାମ ଆକାଶ ଛୁଆଁ ବୃଦ୍ଧିର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ବନ୍ଦ ପାଳନ ଆରମ୍ଭ ହେବ। ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ବାମପନ୍ଥୀ ନେତା।

ଅସଙ୍ଗଠିତ ଶ୍ରମିକ, ବ୍ୟାଙ୍କିଙ୍ଗ , ବୀମା କ୍ଷେତ୍ର କର୍ମଚାରୀଙ୍କ ସମେତ ବହୁ ସଂଗଠନ ଓ ସଂସ୍ଥା ଏହି ବନ୍ଦ ପାଳନରେ ସାମିଲ ହେବେ ବୋଲି ବାମଦଳ ପକ୍ଷରୁ କୁହାଯାଇଛି । ତେବେ ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ହସ୍ପିଟାଲ, ଅଗ୍ନିଶମ, କ୍ଷୀର ପରିବହନ, ପରୀକ୍ଷାର୍ଥୀ, ଭଳି ସେବା ଗୁଡିକୁ ଧର୍ମଘଟ ପରିସରୁ ବାହାରେ ରଖାଯାଇଛି ବୋଲି ବରିଷ୍ଠ ବାମନେତା ରାମକୃଷ୍ଣ ପଣ୍ଡା କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭାରତ ବନ୍ଦ ଡାକରା ଦେଲେ ବାମ ଦଳ।୧୨ ଦଫା ଦାବି ନେଇ ବାମ ଦଳ, ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।

Body:ଆସନ୍ତା କାଲି ଭାରତ ବନ୍ଦ।୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ।ବାମ ଦଳ ,କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ।ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପୁଜିଥିବା ସାମ୍ବିଧାନିକ ସଙ୍କଟ, ଅର୍ଥନୈତିକ ମାନ୍ଦାବସ୍ଥା,ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଂସା,ଚାଷୀ ମାରଣ ନୀତି,ଦରଦାମ ଅକାଶଛୁଆଁ ବୃଦ୍ଧିର ପ୍ରତିବାଦ।ସକାଳ ୬ ଟାରୁ ବନ୍ଦ ପାଳନ ଆରମ୍ଭ ହେବ।ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହେବା ନେଇ ଜନସାଧାରଣଙ୍କୁ ଅପିଲ କଲେ ବାମପନ୍ଥୀ ନେତା।

କେନ୍ଦ୍ର ସରକାର ଏକ ଦେଶ ବିରୋଧୀ ସରକାର।ବିଜେପି ସରକାରଙ୍କ ଦମାନକାରୀ ନୀତି ପ୍ରତିବାଦରେ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା କାଲି ଡିସେମ୍ବର ୮ ତାରିଖରେ ୨୪ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧର୍ମଘଟ କରାଯିବ।ଅସଙ୍ଗଠିତ ଶ୍ରମିକ,ବ୍ୟାଙ୍କିଙ୍ଗ ,ବୀମା କ୍ଷେତ୍ର କର୍ମଚାରୀ ଦେଶବ୍ୟାପୀ ଏହି ଧର୍ମଘଟ ରେ ସାମିଲ ହେବେ।ଦେଶରେ ଅର୍ଥନୈତିକ ସଙ୍କଟ,ସାମ୍ବିଧାନିକ ସଙ୍କଟ,ଦରଦାମ ଅକାଶଛୁଆଁ ବୃଦ୍ଧି ପ୍ରତିବାଦରେ କାଲି ଧର୍ମଘଟ ହେବ।ବିଜେଡି ଦଳର ନୈତିକ ସମର୍ଥନ ଆମ ପ୍ରତି ରହିଛି।ହସ୍ପିଟାଲ, ଅଗ୍ନିଶମ, କ୍ଷୀର ପରିବହନ, ପରୀକ୍ଷାର୍ଥୀ ଭଳି ସମସ୍ତ ଆପାତକାଲୀନ ସେବା ଗୁଡିକୁ ଧର୍ମଘଟ ପରିସର ବାହାରେ ରଖାଯାଇଛି ବୋଲି ବରିଷ୍ଠ ବାମ ନେତା ରାମକୃଷ୍ଣ ପଣ୍ଡା କହିଛନ୍ତି।

ଏହି ବନ୍ଦକୁ କଂଗ୍ରେସ ପୂର୍ବରୁ ସମର୍ଥନ ଦେବାକୁ ଘୋଷଣା କରିସାରିଛି।ତେବେ ବିଜେଡି ଦଳ ଏନେଇ ସମର୍ଥନ ଦେବ କି ନାହିଁ ସେ ନେଇ ସଂଶୟ ଲାଗିରହିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.