ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ 32 ପ୍ରତିଶତ କମ ବର୍ଷା ହୋଇଥିବା ବେଳେ 9 ଟି ଜିଲ୍ଲାରେ ଅବସ୍ଥା ସାଙ୍ଘାତିକ ରହିଛି। କାରଣ ରାଜ୍ୟ ର 9 ଟି ଜିଲ୍ଲାରେ ବର୍ତ୍ତମାନ ଶୁଦ୍ଧା 40 ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି।
ଅନ୍ୟପଟେ ଆସନ୍ତା 25 ଜୁଲାଇରୁ 27 ଜୁଲାଇ ଭିତରେ ରାଜ୍ୟର ଲଘୁଚାପ ଜନିତ ବର୍ଷା ହେବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ଵର, ଦେଓଗଡ଼ ,କଳାହାଣ୍ଡି, ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର କହିଛି ପାଣିପାଗ ବିଭାଗ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ