ETV Bharat / city

ଜାରି ରହିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ନିଂ

ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି, ହେଲେ ଜାରି ରହିବ ବର୍ଷା । ସୋମବାର ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କର୍ତ୍ତୃପକ୍ଷ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jul 13, 2020, 8:02 PM IST

ଜାରି ରହିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ନିଂ
ଜାରି ରହିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ବର୍ଷା । ସୋମବାର ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର କର୍ତ୍ତୃପକ୍ଷ । ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ପୂର୍ବ ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

ଆସନ୍ତା ୨୪ ଘଣ୍ଟା ଅର୍ଥାତ ୧୪ ତାରିଖ ମଧ୍ୟରେ ଓଡ଼ିଶାର ପ୍ରାୟ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୧୫ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି।

ଝଡ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ୍

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନ କଳାହାଣ୍ଡି, କନ୍ଧମାଳ, ଅନୁଗୋଳ,ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଭୁବନେଶ୍ବର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ସ୍ଵଳ୍ପ ବିଜୁଳି, ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ମୟୂରଭଞ୍ଜ, କଳାହାଣ୍ଡି, ନୂଆପଡା ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କଟକ ଜିଲ୍ଲା କଣ୍ଟାପଡାରେ ସର୍ବାଧିକ ୭୩.୦ ମିମି, ନୂଆପଡା ଜିଲ୍ଲା ଘଡ଼ିଆରରେ ୭୨.୪ ମିମି, କଳାହାଣ୍ଡି ଜିଲ୍ଲା ନର୍ଲାରେ ୭୧.ମିମି, ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେ ୬୯.୦ମିମି ବର୍ଷା ରେକର୍ଡ କରାଯାଇଛି । ସେହପରି ପାର୍ଲେଖମୁଣ୍ଡିରେ ସର୍ବାଧିକ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଜୁନ ୧ ତାରିଖରୁ ୧୩ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୫୫.୬ ମିମି ମୋଟ ବର୍ଷା ରେକର୍ଡ କରାଯାଇଛି। ୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ୨୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଏହା ଭିତରୁ ୩ ଟି ଜିଲ୍ଲା ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଝାରସୁଗୁଡା, ନୂଆପଡା ଓ ୨୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ୭ ଟି ଜିଲ୍ଲା ରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ପୁରୀ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଯାଜପୁର ,ବାଲେଶ୍ବର ଓ ସୁବର୍ଣ୍ଣପୁରରେ କମ୍ ବର୍ଷା ହୋଇଛି । ପୁରୀରେ ୧୫୧ ମିମି ଅର୍ଥାତ ୪୧ ପ୍ରତିଶତ କମ ବର୍ଷା ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.