ETV Bharat / city

ପୁଣି ବଢିବ ଶୀତ

author img

By

Published : Jan 21, 2021, 11:03 PM IST

Updated : Jan 22, 2021, 11:44 AM IST

ଆଗାମୀ ଦିନରେ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା । ଅଧିକ ପଢନ୍ତୁ...

ଆସନ୍ତା 24 ଘଣ୍ଟା ମଧ୍ୟରେ ବଢିବ ଶୀତ
ଆସନ୍ତା 24 ଘଣ୍ଟା ମଧ୍ୟରେ ବଢିବ ଶୀତ

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ ପାରଦ ତଳକୁ ଖସିବା ଫଳରେ ପ୍ରବଳ ଜାଡ ହେବ । ଆସନ୍ତା 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 2 ରୁ 4 ଡିଗ୍ରୀ ଖସିବା ସହ ଉପକୂଳରେ 2 ଡିଗ୍ରୀ ତାପମାତ୍ରା ତଳକୁ ଖସିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୁଣି ବଢିବ ଶୀତ

ଆସନ୍ତା 5ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । କିଛି ସ୍ଥାନରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ଓଡ଼ିଶାରେ ତାପମାତ୍ରା ତଳକୁ ଖସିବ, ଦକ୍ଷିଣ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ବରିଷ୍ଠ ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଗତ 24 ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 22, 2021, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.