ETV Bharat / city

ଆଉ ଏକ ଘୂର୍ଣ୍ଣିବଳୟ, ଅନେକ ସ୍ଥାନରେ ବର୍ଷା ସମ୍ଭାବନା - weather update of odisha

ରାଜ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବ । ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା ।

weather update of odisha
ଆଉ ଏକ ଘୂର୍ଣ୍ଣିବଳୟ, ଅନେକ ସ୍ଥାନରେ ବର୍ଷା ସମ୍ଭାବନା
author img

By

Published : Apr 11, 2020, 8:43 PM IST

Updated : Apr 11, 2020, 10:04 PM IST

ଭୁବନେଶ୍ବର: ରାଜ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବ । ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା । ଭଦ୍ରକ, ବାଲେଶ୍ବର, ଯାଜପୁର, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଉ ଏକ ଘୂର୍ଣ୍ଣିବଳୟ, ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ତେବେ 13 ଓ 14 ତାରିଖରେ କୌଣସି ୱାର୍ଣ୍ଣିଂ ନାହିଁ। ସେପଟେ 15 ତାରିଖରେ ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୋଳ, କନ୍ଧମାଳ ସୁନ୍ଦରଗଡ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ସେହିପରି ଗତ 24 ଘଣ୍ଟାରେ ଗଜପତି ଜିଲ୍ଲାର ଆର.ଉଦୟଗିରିରେ ସର୍ବାଧିକ 36 ମିମି ବର୍ଷା ରେକର୍ଡ କରାଯାଇଛି। ସେପଟେ ଅନୁଗୋଳ ଓ ବୌଦ୍ଧରେ ସର୍ବାଧିକ 39.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ 17.2 ସର୍ବନିମ୍ନ ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Apr 11, 2020, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.