ETV Bharat / city

Cyclone Asani Update: ପୁରୀରୁ ୬୮୦ କିଲୋମିଟ ଦୂରରେ ବାତ୍ୟା ଅସାନି

author img

By

Published : May 9, 2022, 10:43 AM IST

ରବିବାର ଭୀଷଣ ବାତ୍ୟାରେ ପରିଣତ ହେବାପରେ ବାଂଲାଦେଶ ମୁହାଁ ବାତ୍ୟା ଅସାନି (Cyclone Asani) । ଏବେ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୬୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଅଧିକ ପଢନ୍ତୁ

Cyclone Asani Update: ପୁରୀରୁ ୬୮୦ କିଲୋମିଟ ଦୂରରେ ବାତ୍ୟା ଅସାନି
Cyclone Asani Update: ପୁରୀରୁ ୬୮୦ କିଲୋମିଟ ଦୂରରେ ବାତ୍ୟା ଅସାନି

ଭୁବନେଶ୍ବର: ରବିବାର ଭୀଷଣ ବାତ୍ୟାରେ ପରିଣତ ହେବାପରେ ବାଂଲାଦେଶ ମୁହାଁ ବାତ୍ୟା ଅସାନି (Cyclone Asani) । ଏବେ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୬୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ବର୍ତ୍ତମାନ ଏହାର ଗତି ଉତ୍ତର- ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୨୫ କିମି ରହିଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର(Bhubaneswar Metrological center) ।

  • ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଥିବା ଭୀଷଣ ବାତ୍ୟା "#ଅସାନି" ଗତ ୬ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି #୨୫କିମି ବେଗରେ ଗତି କରୁଛି

    — Meteorological Centre, Bhubaneswar (@mcbbsr) May 9, 2022 " class="align-text-top noRightClick twitterSection" data=" ">

ବାତ୍ୟା ଅସାନିର ପ୍ରଭାବରେ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଓଡିଶାରେ ବିଶେଷ କ୍ଷତି ଘଟାଇବ ନାହିଁ ବୋଲି ପୂର୍ବରୁ SRC ପ୍ରଦୀପ ଜେନା କହିଛନ୍ତି । ଓଡ଼ିଶା ଉପକୂଳ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହା ସମୁଦ୍ର ଭିତରେ ଦିଗ ପରିବର୍ତ୍ତନ କରିବ । ଉପକୂଳ ଜିଲ୍ଲା ଗୁଡିକ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି 11 ତାରିଖରେ ଉପକୂଳ ଓଡ଼ିଶା ଏବଂ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଗଞ୍ଜାମରୁ ପୁରୀ ମଧ୍ୟରେ ଅତିକ୍ରମ କରିବା ବେଳେ ଉପକୂଳ ଓଡିଶାରେ ସାମାନ୍ୟ ପବନ ବହିପାରେ ବୋଲି ଆଶଙ୍କା କରାଯାଉଛି । ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏଥିସହ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.