ETV Bharat / city

ODISHA WEATHER UPDATE : 3 ଦିନ ପାଇଁ ରାଜ୍ୟରେ ଜାରି ରହିବ ଘନ କୁହୁଡି - ଓଡିଶା ପାଣିପାଗ ଖବର

ତିନିଦିନ ପାଇଁ ରାଜ୍ୟରେ ଜାରି ରହିବ ଘନ କୁହୁଡି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଜାଡ ବଢିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଅଧିକ ପଢନ୍ତୁ

ODISHA WEATHER UPDATE : ତିନିଦିନ ପାଇଁ ରାଜ୍ୟରେ ରହିବ ଘନ କୁହୁଡି

author img

By

Published : Jan 16, 2022, 9:12 PM IST

ଭୁବନେଶ୍ବର : ତିନିଦିନ ପାଇଁ ରାଜ୍ୟରେ ରହିବ ଘନ କୁହୁଡି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଜାଡ ବଢିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ।

ODISHA WEATHER UPDATE : ତିନିଦିନ ପାଇଁ ରାଜ୍ୟରେ ରହିବ ଘନ କୁହୁଡି

ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ପ୍ରବଳ ଜାଡ ସହ ଘନ କୁହୁଡି ପୁଣି ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ଆସନ୍ତାକାଲି (ସୋମବାର) ଘନ କୁହୁଡି ପାଇଁ ୮ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ଠାରୁ ଅର୍ଥାତ ୧୭ ତାରିଖରୁ ୧୯ ପର୍ଯ୍ୟନ୍ତ ତିନିଦିନ ଘନ କୁହୁଡି ରହିବ । ତେବେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଘନ କୁହୁଡି ହେବ ବୋଲି ସତର୍କତା ଜାରି କରାଯାଇଛି । ଅନ୍ଯପଟେ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ କମିଛି ।

ହେଲେ ଟ୍ରପ ଲାଇନ୍ ସକ୍ରିୟ ଅଛି । ଏହା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ମାଲକାନଗିରି,କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.