ETV Bharat / city

ଗାୟବ ହେଉଛି ଶୀତ, ମାଡ଼ି ଆସୁଛି ଖରା - ରାଜ୍ୟରେ କମୁଛି ଶୀତ

ରାଜ୍ୟରେ ଶୀତର ଲହରି ହ୍ରାସ ପାଇବାରେ ଲାଗୁଛି। ଦିନ ସାଙ୍ଗକୁ ରାତିର ତାପମାତ୍ରା ବୃଦ୍ଧି ପାଇବା ସହ ରାଜ୍ୟରେ ଶୀତ ଗାୟବ ହୋଇଛି । ବିଶେଷ କରି ଉପକୂଳ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ଅଧିକ ଖରା ଓ ଗରମ ଅନୁଭୂତ ହେଉଛି । ଲଗାତାର ଦୁଇଦିନ ହେବ ପଶ୍ଚିମ ଓଡ଼ିଶାରେ ଖରାର ପ୍ରଭାବ ଅଧିକ ରହୁଛି। ଅଧିକ ପଢ଼ନ୍ତୁ

weather alert by bhubaneswar meteorological center
ଗାୟବ ହେଉଛି ଶୀତ, ମାଡ଼ି ଆସୁଛି ଖରା
author img

By

Published : Feb 22, 2022, 2:06 PM IST

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରି ହ୍ରାସ ପାଇବାରେ ଲାଗୁଛି। ଦିନ ସାଙ୍ଗକୁ ରାତିର ତାପମାତ୍ରା ବୃଦ୍ଧି ପାଇବା ସହ ରାଜ୍ୟରେ ଶୀତ ଗାୟବ ହୋଇଛି । ବିଶେଷ କରି ଉପକୂଳ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ଅଧିକ ଖରା ଓ ଗରମ ଅନୁଭୂତ ହେଉଛି । ଲଗାତାର ଦୁଇଦିନ ହେବ ପଶ୍ଚିମ ଓଡ଼ିଶାରେ ଖରାର ପ୍ରଭାବ ଅଧିକ ରହୁଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ସବୁଠୁ ତତଲା ସହର ପାଲଟିଛି । ସୋନପୁରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୪ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ଦିନ ତାପମାତ୍ରା ୩୩.୪ ଡ଼ିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ବରରେ ୩୧.୬ଡ଼ିଗ୍ରୀ ଏବଂ କଟକ ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆସନ୍ତା ତିନିଦିନ ପରେ ଆହୁରି ତାତି ବଢ଼଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.