ETV Bharat / city

‘ଓଡିଆ ଭାଷା ପ୍ରସଙ୍ଗ ନେଇ ଝାଡଖଣ୍ଡ ସରକାରଙ୍କ ସହ କଥା ହେବୁ’ - ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ

ଝାଡଖଣ୍ଡରେ ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗରେ ନିଜ ମତ ରଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ। ଅଧିକ ପଢନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ
author img

By

Published : Oct 1, 2021, 10:31 PM IST

ଭୁବନେଶ୍ବର: ଝାଡଖଣ୍ଡରୁ ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗରେ ମତ ରଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ । ସେ କହିଛନ୍ତି ଝାରଖଣ୍ଡରୁ ଦ୍ବିତୀୟ ରାଜ୍ୟଭାଷା ଭାବେ ଓଡିଆ ଭାଷାକୁ ପ୍ରତ୍ୟାହାର କରାଯିବ ନାହିଁ । ଓଡିଆଙ୍କ ଭାବନା ସହ ଯୋଡି ହୋଇଛି ଝାଡଖଣ୍ଡ । ଏନେଇ ଝାଡଖଣ୍ଡ କଂଗ୍ରେସ ବିଧାୟକ ଦଳର ନେତାଙ୍କ ସହ କଥାହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ।

ଓଡିଆ ଭାଷା ପ୍ରସଙ୍ଗକୁ ନେଇ ଝାଡଖଣ୍ଡ ସରକାରଙ୍କ ସହ କଥା ହେବୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ

ସେ ପୁଣି କହିଛନ୍ତି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବୁ । ଝାଡଖଣ୍ଡରେ ଓଡିଆ ଭାଷାଭାଷୀ ବହୁ ଲୋକ ବସବାସ କରୁଛନ୍ତି । ତେଣୁ ଓଡିଆକୁ କେବେ ହେଲେ ବାଦ ଦିଆଯାଇ ପାରିବ ନାହିଁ । ଏହାସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ କହିଛନ୍ତି ମୁଁ ନିଜେ ମଧ୍ୟ ଆଜି ଝାଡଖଣ୍ଡର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସ୍ବୀକାର କରିଛନ୍ତି ଏ ବିଷୟରେ ଆଲୋଚନା ଚାଲିଛି କିନ୍ତୁ କୌଣସି ଚୁଡାନ୍ତ ନିଷ୍ପତ୍ତି ହୋଇନାହିଁ।

ଅନ୍ୟପଟେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଝାଡଖଣ୍ଡ ଓ ଓଡିଶାର ସଂସ୍କୃତି ଅଙ୍ଗାଅଙ୍ଗି ଭାବେ ଜଡିତ । ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚିଠି ଲେଖିନାହାଁନ୍ତି । କେବେ ଲେଖୁଛନ୍ତି ଦେଖିବାକୁ ବାକି ରହିଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.