ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ପ୍ରତିନିଧି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିବା ନେଇ କଂଗ୍ରେସର ବରିଷ୍ଠ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ମନ୍ତବ୍ୟ ।
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ଜଗତଗୁରୁଙ୍କ ନିମନ୍ତ୍ରଣ ପାଇ ଆମେ ପୁରୀରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲୁ। ଜଗତଗୁରୁ ସମସ୍ତଙ୍କ ମତ ଶୁଣିଲେ। ନିର୍ମାଣ ନେଇ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ଏଏସଆଇ । ପାଖାପାଖି 10ଟି ଆଇନ ଉଭୟ କେନ୍ଦ୍ର ଓ ରାଜ୍ୟର ଉଲ୍ଲଙ୍ଘନ ହୋଇଛି ।
ସେହିପରି ସେ କହିଛନ୍ତି ବିକାଶ ହେଉ ହେଲେ ବିକାଶ ନାଁ ରେ ବିନାଶ ନହେଉ। କଂଗେସ ଦଳ ବିକାଶକୁ ବିରୋଧ କରୁନି କିନ୍ତୁ ବିକାଶ ନା ରେ ଆଇନ କୁ ଅବମାନନା କରାନଯାଉ। ସଂସଦରେ କୁହାଗଲା ବାହାରେ କୁହାଗଲା ଆମ ପାଖରେ ଅନୁମତି ଅଛି କିନ୍ତୁ ଆମେ ASI ର ଅଧିକାରୀ ମାନଙ୍କ କଥାରୁ ଯାହା ଅନୁମାନ କଲୁ ସେମାନେ ଅନୁମତି ଦେଇ ନାହାନ୍ତି। ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେଇଛି ଶଙ୍କରାଚାର୍ଯ୍ୟ ଯାହା କହିବେ ଆମେ ତାକୁ ଗ୍ରହଣ କରିବୁ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ