ETV Bharat / city

ଜଳବନ୍ଦୀ ରାଜଧାନୀ: ସ୍ଥିତି ପରଖିଲେ ସ୍ବରେଜ ଓ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ

ଲଗାଣା ବର୍ଷାରେ ଜଳବନ୍ଦୀ ରାଜଧାନୀ । ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଲେ ସ୍ବରେଜ ଓ ଡ୍ରେନେଜ ବିଭାଗର ନିର୍ବାହୀ ଯନ୍ତ୍ରୀ । ଜଳ ନିଷ୍କାସନ ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ...

author img

By

Published : Sep 13, 2021, 4:32 PM IST

ରାଜଧାନୀ ଜଳବନ୍ଦୀ: ସ୍ଥିତି ପରଖିଲେ ସ୍ବରେଜ ଓ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ
ରାଜଧାନୀ ଜଳବନ୍ଦୀ: ସ୍ଥିତି ପରଖିଲେ ଡ୍ରେନେଜ ଓ ସ୍ବରେଜ ବିଭାଗର ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ବର: ଜାରି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ବର ବେହାଲ । ବିଭିନ୍ନ ଅଞ୍ଚଳ ବର୍ତ୍ତମାନ ଜଳବନ୍ଦୀ ଅବସ୍ଥାରେ ରହିଛି । ଜଳବନ୍ଦୀ ସମସ୍ୟା ନେଇ ସହରର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି ହାଉସିଂ ଆଣ୍ଡ ଅରବାନ ଡେଭଲପମେଣ୍ଟ ବିଭାଗର ନିର୍ବାହୀ ଯନ୍ତ୍ରୀ । ଅନେକ ସ୍ଥାନରେ ସମସ୍ୟା ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଉଥିବା ଯନ୍ତ୍ରୀ କହିଛନ୍ତି ।

ରାଜଧାନୀ ଜଳବନ୍ଦୀ: ସ୍ଥିତି ପରଖିଲେ ସ୍ବରେଜ ଓ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ

ସ୍ଥିତି ଅନୁଧ୍ୟାନ କରିବା ପରେ ଯନ୍ତ୍ରୀ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ସ୍ବରେଜ କାମ ତ୍ବରାନିତ ବେଗରେ ଚାଲିଛି। ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯକ୍ଷମ ହୋଇସାରିଛି। ସ୍ବରେଜର ଜଳକୁ ସ୍ବଚ୍ଛ ଜଳରେ ପରିଣତ କରି ଗଙ୍ଗୁଆ ନାଳରେ ଛଡାଯାଉଛି । ତେଣୁ ସହରର ବିଭିନ୍ନ ସ୍ଥାନରେ ସ୍ବେରେଜ ଲାଇନ ପାଇଁ କାମ ଯୁଦ୍ଧକାଳୀନ ଭିତିରେ କାମ ଜାରି ରହିଥିବାବେଳେ ଫେବୃଆରୀ ମାସ ଶେଷ ସୁଦ୍ଧା କାମ ସାରିବା ଲକ୍ଷ ରଖାଯାଇଛି ।

ସେହିପରି ଡ୍ରେନେଜ ବିଭାଗର ଯନ୍ତ୍ରୀ କହିଛନ୍ତି କୋଣସି ସମସ୍ୟା ‌ନାହିଁ। ଡ୍ରେନେଜ ଭାଙ୍ଗୁଥିବା ସ୍ଥାନ ପାଇଁ ବାଲିବସ୍ତା ପ୍ରସ୍ତୁତ ହୋଇ ରହିଛି। ହେଲେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଯନ୍ତ୍ରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାବେଳେ କେବଳ କାମ ଜାରି ରହିଥିବା କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.