ETV Bharat / city

ଅଦିନିଆ ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି

ଲଘୁଚାପ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ବର । ଜୁଆଡେ ଆଖି ବୁଲାଇଲେ ପାଣି ହିଁ ପାଣି । ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସମ୍ପର୍କରେ ଅଧିକ ପଢନ୍ତୁ...

author img

By

Published : Oct 24, 2019, 5:17 PM IST

ଅଦିନିଆ ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତାରେ ଲହଡି ମାଡୁଛି ପାଣି

ଭୁବନେଶ୍ବର: ଲଘୁଚାପ ବର୍ଷାରେ ବେହାଲ ରାଜଧାନୀ । ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । ରାସ୍ତାରୁ ପାଣି ଯିବା ପାଇଁ ଡ୍ରେନେଜ ସିଷ୍ଟମ କରାଯାଇ ନାହିଁ । ସ୍ଥାନେ ସ୍ଥାନେ ପାଣି ଜମି ରହୁଛି । ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡି ଚଳାଚଳ ଏବଂ ଜୀବନଯାପନରେ ବାଧା ଉପୁଜୁଛି ।

ଅଦିନିଆ ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତାରେ ଲହଡି ମାଡୁଛି ପାଣି

ବୁଧବାର ଠାରୁ ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ ଆହୁରି 24 ଘଣ୍ଟା ବର୍ଷିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗୋଟିଏ ଦିନରେ ରାଜଧାନୀର ଅବସ୍ଥା ଶୋଚନୀୟ ହୋଇପଡିଛି। ସ୍ମାର୍ଟସିଟି ଭୁବନେଶ୍ବର ଏବେ ଜଳବନ୍ଦୀରେ ରହିଛି । ମୁଖ୍ୟତଃ ନୟାପଲ୍ଲୀ ବେହେରା ସାହିର ଅବସ୍ଥା ଶୋଚନୀୟ । ପୂର୍ବରୁ ଟିକିଏ ବର୍ଷା ହେଲେ ସଙ୍ଗେ ସଙ୍ଗେ ସାହିରେ ଆଣ୍ଠୁଏ ପାଣି ହେଇଯାଉଥିଲା । ଏବେ ଲଘୁଚାପ ବର୍ଷାର ପ୍ରଭାବରେ ପୁଣି କଷ୍ଟ ଭୋଗୁଛନ୍ତି ବେହେରା ସାହିବାସୀ ।

ସେହିପରି ଜାଭିୟର ଛକ ନିକଟରେ ଜୟଦେବ ଛକ ଆଡକୁ ଆସୁଥିବା ମୁଖ୍ୟ ରାସ୍ତା ଉପରେ ବର୍ଷା ଜଳ ଲହଡି ଭାଙ୍ଗୁଛି। ଦେଖିବାକୁ ଗଲେ ଭୁବନେଶ୍ବରକୁ ପ୍ରବେଶ ପଥ ରସୁଲଗଡ ଛକ ନିକଟରେ ପ୍ରଚୁର ବର୍ଷାପାଣି ଜମି ରହିଛି । ଏହା ଛଡା କଟକ ରୋଡ଼ରେ ଥିବା ବମିଖାଲ ଅଞ୍ଚଳରେ ମଧ୍ୟ ରାସ୍ତା ଉପରେ ପାଣିର ସୁଅ ଛୁଟୁଛି । ସେହିପରି ଜୟଦେବ ବିହାର ନିକଟରେ ଏକ ବସ୍ତିର ମୁଖ୍ୟ ରାସ୍ତା ପାଲଟିଛି ଡ୍ରେନ ସଦୃଶ୍ୟ । ରାଜଧାନୀର ଅଧିକାଂଶ ସ୍ଥାନ ଏବେ ଜଳବନ୍ଦୀ । ଜଳ ନିଷ୍କାସନ ପାଇଁ ଡ୍ରେନେଜ କାମ କାହିଁକି ହେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଲଘୁଚାପ ବର୍ଷା ରେ ସ୍ମାର୍ଟ ସିଟି ବେହାଲ। ରାଜରାସ୍ତାରେ ମାରୁଛି ଲହଡି।

ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱର କୁ ବର୍ଷା ହେଲେ କାଳ। ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ପାଣି ଯିବା ପାଇଁ ଡ୍ରେନେଜ ସିଷ୍ଟମ କାମ କରାଯାଇନାହିଁ। ପ୍ରତି ଟି ସ୍ଥାନରେ ପାଣି ଜମି ରହୁଛି। ଯାହା ଫଳରେ ଜୀବନଯାପନରେ ବାଧା ଉପୁଜୁଛି।

Body:

ଲଘୁଚାପ ବର୍ଷା ରେ ବେହେଲା ହୋଇପଡିଛି ରାଜଧାନୀ। କାଲି ଠାରୁ ଲଘୁଚାପ ଲାଗି ରହିଥିବା ବେଳେ ଆଉ ଏକ ଦିନ ରହିଛି। ଗୋଟେ ଦିନରେ ରାଜଧାନୀ ର ଅବସ୍ଥା ସ୍ଵଚନୀୟ ହୋଇପଡିଛି। ସ୍ମାର୍ଟ ସିଟି କୁହାଯାଉଥିବା ରାଜଧାନୀ ଭୁବନେଶ୍ବର ଏବେ ଜଳ ବନ୍ଦୀରେ ରହିଛି। ଯୁଆଡେ ଦେଖା ଜଳ ଘେରରେ ରାଜଧାନୀ। ରାଜଧାନୀର ପ୍ରମୁଖ ଜଳବନ୍ଦୀ କୁହାଯାଉଥିବା ନାୟପାଲି ର ବେହେରା ସାହି ର ଅବସ୍ଥା ସ୍ଵଚନୀୟ। ଯାହା ପୂର୍ବରୁ ଜଳ ବନ୍ଦୀରେ ରହୁଥିବା ଏବେ ସେହି ଦାସ ଭୋଗୁଛନ୍ତି ବେହେରା ସହି ବସି। ବର୍ଷ ହେଲେ କାମ ଦାମ ଛାଡି ଘରେ ରହୁଛନ୍ତି। ବର୍ଷ ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହୁଛନ୍ତି।
ସେହିପରି ଭାବରେ ଜଭିୟର ଛକ ନିକଟରେ ଜୟଦେବ ଛକ ଆଡକୁ ଆସୁଥିବା ମୁଖ୍ୟ ରାସ୍ତା ଉପରେ ଲହଡି ଭାଙ୍ଗୁଛି। ଦେଖିବାକୁ ଗଲେ ଭୁବନେଶ୍ୱର କୁ ପ୍ରବେଶ ପଥ ରସୁଲଗାଡ ଛକ ନିକଟରେ ଜଳ ବନ୍ଦୀରେ ରହୁଛନ୍ତି। ଯାହା ଟିକେ ବର୍ଷ ହେଲେ ମାତ୍ରେ ଜଳ ଜମିରହୁଛି। ନିଷ୍କାସନ ପାଇଁ କୌଣସି ପଦକ୍ଷପ ନେଉନାହାନ୍ତି ପ୍ରଶାସନ ବୋଲି ଜନତା କହିଛନ୍ତି। ଏହା ଛଡା କଟକ ରୋଡ଼ ରେ ଥିବା ବମୀଖାଲ ଅଂଚଳରେ ମଧ୍ୟ ରାସ୍ତା ଉପରେ ସୁଅ ଛୁଟୁଛି। ସେହି ପରି ଜୟଦେବ ନିଜତରେ ଏକ ବସ୍ତିର ମୁଖ୍ୟ ରାସ୍ତା ପାଲଟିଛି ଡ୍ରେନ ସଦୃଶ୍ୟ। ଯାହା ଅତ୍ୟଧିକ ମାତ୍ରାରେ ସୁଅ ଛୁଟୁଛି ରାସ୍ତାରେ।
ରାଜଧାନୀର ବିଭିନ୍ନ ସ୍ଥାନରେ ଯଲବନ୍ଦୀରେ ରହୁଛନ୍ତି ସ୍ମାର୍ଟ ସିଟିର ବସିନ୍ଧା। ବର୍ଷା ହେଲେ ମାନରେ ଛନକା ପଶୁଛି। ଜଳ ନିଷ୍କାସନ ପାଇଁ ଡ୍ରେନେଜ କାମ ହୋଇନଥିବା ବେଳେ ଏବେ ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Byte- ରାଜଧାନୀ ବସିନ୍ଧା।
Byte- ରାଜଧାନୀ ବସିନ୍ଧା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.