ETV Bharat / city

OdishaAssembly: ମହାନଦୀରେ ଛତିଶଗଡର ବ୍ୟାରେଜ ସୃଷ୍ଟି କରିଛି ଜଳସଙ୍କଟ: ଜଳସମ୍ପଦ ମନ୍ତ୍ରୀ - ମହାନଦୀରେ ଛତିଶଗଡର ବ୍ୟାରେଜ ସୃଷ୍ଟି କରିଛି ଜଳସଙ୍କଟ

ମହାନଦୀର ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ଯୋଗୁଁ ସୃଷ୍ଟି କରିଛି ଜଳସଙ୍କଟ । ଫଳରେ ଓଡିଶା ପ୍ରଭାବିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

ମହାନଦୀରେ ଛତିଶଗଡର ବ୍ୟାରେଜ ସୃଷ୍ଟି କରିଛି ଜଳସଙ୍କଟ !

author img

By

Published : Jul 14, 2022, 8:02 PM IST

ଭୁବନେଶ୍ବର: ମହାନଦୀର ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ସୃଷ୍ଟି କରିଛି ଜଳସଙ୍କଟ । ଫଳରେ ଓଡିଶା ପ୍ରଭାବିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

ମହାନଦୀ ସମ୍ପର୍କିତ ପ୍ରଶ୍ନ ବିଧାନସଭାରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହାର ଲିଖିତ ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି ଯେ, ଛତିଶଗଡ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଜଳସଙ୍କଟ ସୃଷ୍ଟି ହୋଇଛି । ଅଣ ମୌସୁମୀ ସମୟରେ ହୀରାକୁଦରେ 2020/21 ମସିହାରେ 1.185 ଏକର ଫୁଟ ଜଳ ପ୍ରବେଶ ରେକର୍ଡ କରାଯାଇଛି ।

ଠିକ ସେହିପରି 2021/22 ମସିହାରେ 1.653 ଏକର ଫୁଟ ଜଳ ପ୍ରବେଶ କରୁଥିବା ରେକର୍ଡ କରାଯାଇଛି । ଦୀର୍ଘ ଦିନ ହେବ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ବିବାଦ ଚାଲିଛି । କୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.