ETV Bharat / city

ପୋଲିସକର୍ମୀଙ୍କୁ ପାଣି ଓ ବିସ୍କୁଟ ବାଣ୍ଟିଲେ ସ୍ବେଚ୍ଛାସେବୀ - covid-19

୨୧ ଦିନିଆ ଲକଡାଉନ ଘୋଷଣା ପରେ ଦୋକାନ ବଜାର ବନ୍ଦ ହେବା ସହ ଜନଶୂନ୍ୟ ହୋଇ ଯାଇଥିଲା ସହର । କିନ୍ତୁ ଏପରିସ୍ଥଳେ କିଛି ସ୍ବେଚ୍ଛାସେବୀ ପୋଲିକର୍ମୀଙ୍କୁ ପାଣି ବିସ୍କୁଟ ବାଣ୍ଟିଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Water and biscuits were distributed to police
ପୋଲିସକର୍ମୀଙ୍କୁ ବାଣ୍ଟିଲେ ପାଣି ଓ ବିସ୍କୁଟ
author img

By

Published : Mar 29, 2020, 9:26 AM IST

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏଁ ଲକଡାଉନ ଘୋଷଣା କରିବା ପରେ ଦୋକାନ ବଜାର ବନ୍ଦ ହେବା ସହ ଜନଶୂନ୍ୟ ହୋଇ ଯାଇଥିଲା ସହର । ଫଳରେ ଲୋକମାନେ ଖାଇବା ପିଇବାକୁ ନେଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିନ୍ତୁ ଏହି ଲକଡାଉନ ସମୟରେ ଯିଏ ମୁଖ୍ୟ ଭୂମିକା ନିଭାଇ ଲୋକମାନଙ୍କୁ ଘରେ ରହିବା ସଚେତନ କରାଉଛି ସେ ହେଉଛି ପୋଲିସ ।

ପୋଲିସକର୍ମୀଙ୍କୁ ବାଣ୍ଟିଲେ ପାଣି ଓ ବିସ୍କୁଟ

ସମାଜର ମଙ୍ଗଳ ପାଇଁ ଉଦୁଉଦିଆ ଖରାରେ ଅଖିଆ ଅପିଆ ରହି ଲୋକଙ୍କୁ ସଚେତନ କରାଇବାରେ ଲାଗି ପଡିଥାନ୍ତି ଏହି ପୋଲିସ କର୍ମୀ । ତଥାପି ବି ସେମାନଙ୍କ କାମକୁ ଅନେକ ସ୍ଥାନରେ ଜନସାଧାରଣ ଭଲ ଭାବେ ନ ବୁଝି ଗାଳି ମନ୍ଦ କରୁଥିବାର ଦେଖା ଯାଇଛି । କିନ୍ତୁ ଏହି ଅସମୟରେ କିଛି ସ୍ବେଚ୍ଛାସେବୀ ସେମାନଙ୍କ କାମକୁ ପ୍ରଶଂସା କରିବା ସହ ତାଙ୍କୁ କିଛି ସାହାଯ୍ୟ ସ୍ବରୂପ ପାଣି ଓ ବିସ୍କୁଟ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ତେବେ ସେମାନେ ଶନିବାର ଠାରୁ ଏଭଳି ପ୍ରୟାସ ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହିପରି ପ୍ରଚେଷ୍ଟା ଜାରି ରଖିବେ ବୋଲ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.