ETV Bharat / city

ଲାକ୍‌ଡାଉନ୍‌ରେ କେମିତି ସମୟ କାଟୁଛନ୍ତି ରାଜନେତା, ଦେଖନ୍ତୁ... - ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର

ଲକ୍‌ଡାଉନ୍‌ ପାଇଁ ସବୁଆଡେ ଶୂନଶାନ। ନା ଘରେ କର୍ମୀଙ୍କ ଭିଡ ଅଛି ନା କୌଣସି ରାଜନୈତିକ କାର୍ଯ୍ୟକ୍ରମ। ତେବେ ବ୍ୟସ୍ତତା ଭିତରେ ରହୁଥିବା ନେତା ଓ ବିଧାୟକ ଲାକଡାଉନ ସମୟରେ କିପରି ନିଜକୁ ନିୟୋଜିତ କରୁଛନ୍ତି ଦେଖନ୍ତୁ...

politicians spend time in lockdown
ଲାକ୍‌ଡାଉନ୍‌ରେ କେମିତି ସମୟ କାଟୁଛନ୍ତି ରାଜନେତା, ଦେଖନ୍ତୁ...
author img

By

Published : Mar 29, 2020, 6:28 PM IST

ଭୁବନେଶ୍ବର: ଲକ୍‌ଡାଉନ୍‌ ପାଇଁ ସବୁଆଡେ ଶୂନଶାନ। ନା ଘରେ କର୍ମୀଙ୍କ ଭିଡ ଅଛି ନା କୌଣସି ରାଜନୈତିକ କାର୍ଯ୍ୟକ୍ରମ। ତେବେ ବ୍ୟସ୍ତତା ଭିତରେ ରହୁଥିବା ନେତା ଓ ବିଧାୟକ ଲାକଡାଉନ ସମୟରେ କିପରି ନିଜକୁ ନିୟୋଜିତ କରୁଛନ୍ତି ତାହା ଦେଖାଇବୁ ଆମେ।

ଲାକ୍‌ଡାଉନ୍‌ରେ କେମିତି ସମୟ କାଟୁଛନ୍ତି ରାଜନେତା, ଦେଖନ୍ତୁ...

ପ୍ରଥମେ ଆରମ୍ଭ କରିବା କଂଗ୍ରେସ ବିଧାୟକ ମହମ୍ମଦ ମୋକ୍କିମଙ୍କଠାରୁ। ଲାକଡାଉନ ପୂର୍ବରୁ ଲୋକଙ୍କୁ ସଚେତନ କରୁଥିଲେ। ମାସ୍କ, ସାନିଟାଇଜର ବାଣ୍ଟୁଥିଲେ। ଆଉ ଏବେ ପୂରା ସମୟ ଘରେ କାଟୁଛନ୍ତି। ତା ପୁଣି ବସି ବସି ନୁହେଁ। ନିଜ ଫାର୍ମ ହାଉସରେ ବୁଲି କାମ କରୁଛନ୍ତି। ସକାଳୁ ସକାଳୁ କିଛି ହାଲ୍କା ଯୋଗ, ବ୍ୟାୟାମ କରି ବାହାରି ଯାଉଛନ୍ତି ନିଜ ଫାର୍ମ ହାଉସକୁ। କିଛି ସମୟ ବିତାଇ ପୁଣି ଘରକୁ ଫେରି ଆସୁଛନ୍ତି। ଏଭଳି ସମୟରେ ଅନେକ, ଘରେ ବସି ବୋର ହେଉଥିବାବେଳେ ତାଙ୍କର ଏହି ବାର୍ତ୍ତା ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ ।

ସେପଟେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସମୟରେ ନିଜ ବାସଭବନରେ କିଛି ବହି ପଢ଼ୁଥିବା ଦେଖିବାକୁ ପାଇଥିଲୁ। ଲକ୍‌ଡାଉନ୍‌ ଲାଗୁ ହୋଇଥିବାରୁ ନିଜ ନିର୍ବାଚନ ମଣ୍ଡଳୀ ଯିବାର ଝିନଝଟ ନାହିଁ। ତେଣୁ ନା କର୍ମୀ କେହି ଆସୁଛନ୍ତି ନା ସେ କର୍ମୀଙ୍କ ନିକଟକୁ ଯାଉଛନ୍ତି। ଏପରି ସମୟରେ ସେ ବହି ପଢୁଥିବା ଜଣାପଡିଛି ।

ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଏହି ସମୟରେ ଘର ନ ବସି କେଉଁଠି ଖାଦ୍ୟ ପୁଡିଆ ବାଣ୍ଟୁଛନ୍ତି ତ ପୁଣି କେଉଁଠି ମାସ୍କ ଓ ସାବୁନ । ଏପରିକି ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସେ ଲୋକସେବା ଭବନ ଓ ଜିଲ୍ଲାପାଳଙ୍କ ଅଫିସ୍‌ ବାରମ୍ବାର ଦୌଡୁଥିବା ଜଣାପଡିଛି ।

ତେବେ ଲକ୍‌ଡାଉନ୍‌ ପାଇଁ ନେତାଙ୍କ ଭଳି ବ୍ୟସ୍ତ ବହୁଳ ବ୍ୟକ୍ତି ଏବେ ଘରେ ବସି ରହୁଛନ୍ତି। ଜଳ ବିନା ଯେପରି ମାଛ ସେହିଭଳି ନେତାଙ୍କ ସ୍ଥିତି ଏବେ ହୋଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.