ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ନେଇପାରେ ବାତ୍ୟା ରୂପ

ଦୁର୍ଗାପୂଜା ସମୟରେ ରାଜ୍ୟକୁ ଆସୁଛି ଆଉ ଏକ ବାତ୍ୟା । ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା । ଅଧିକ ପଢନ୍ତୁ...

ଏଥର ବି ଦୁର୍ଗାପୂଜାରେ ଓଡିଶାକୁ ଆସୁଛି ବାତ୍ୟା !

author img

By

Published : Oct 7, 2021, 12:00 PM IST

Updated : Oct 7, 2021, 12:09 PM IST

ଭୁବନେଶ୍ବର: ଚିନ୍ତା ବଢ଼ାଇଲାଣି ଲଘୁଚାପ । ଦୁର୍ଗାପୂଜା ସମୟରେ ରାଜ୍ୟରେ ଆସିବ କି ଆଉ ଏକ ବାତ୍ୟା ? ଯାହାକୁ ନେଇ ଚିନ୍ତାରେ ଆୟୋଜକ। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ,ଚଳିତ ମାସ ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବଂ ପରବର୍ତ୍ତୀ ସମୟରେ ଏହା 4 ରୁ 5 ଦିନ ଭିତରେ ଘନୀଭୂତ ହେବା ପାଇଁ ଅନୁକୁଳ ପାଣିପାଗ ରହିଛି।

ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗରରୁ ଓଡ଼ିଶାର ଦୂରତା ପାଖାପାଖି 1300 କିମି । ତେଣୁ ବର୍ତ୍ତମାନ ସୁଦ୍ଧା ଏହା ଆକଳନର ପରିସରଭୁକ୍ତ ହୋଇନଥିବାରୁ ତାର ଦିଗ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ତେବେ ଅକ୍ଟୋବର ମାସରେ ଓଡିଶାରେ ବାତ୍ୟା ହେବା କିଛି ନୂଆ କଥା ନୁହେଁ । ପ୍ରତ୍ୟେକ ବର୍ଷ ଓଡିଶାରେ ଅକ୍ଟୋବର ମାସକୁ କାଳ ଅକ୍ଟୋବର ବୋଲି ବିବେଚନା କରାଯାଏ । 1999 ମହାବାତ୍ୟା ଅକ୍ଚୋବର 29ରେ ହୋଇଥିଲା । ଫଳରେ ରାଜ୍ୟରେ ବ୍ୟାପକ ଧରଣର କ୍ଷୟକ୍ଷତି ହେବା ସହ ଏକାଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ମହାରାକ୍ଷାସରୂପୀ ମହାବାତ୍ୟାର ଆଁରେ ହଜିଯାଇଥିଲା ଜଗତସିଂହପୁର । ଆଉ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ।

ରାଜ୍ୟରେ ୨୦୧୩ ଅକ୍ଟୋବର ୧୨ରେ ବାତ୍ୟା ଫାଇଲିନ ହୋଇଥିଲା । ହୁଡହୁଡ ବାତ୍ୟା ମଧ୍ୟ ଅକ୍ଟୋବର ୮, ୨୦୧୪ରେ ହୋଇଥିବା ବେଳେ ବାତ୍ୟା ତିତଲି ୨୦୧୮, ଅକ୍ଟୋବର ୮ରେ ରାଜ୍ୟରେ ମହାତାଣ୍ତବ ରଚିଥିଲା । ବାତ୍ୟାରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହେବା ସହ ଅକାଳରେ ଅନେକଙ୍କ ଜୀବନ ମଧ୍ୟ ଯାଇଥିଲା, ଯାହାର ଦୃଢ ମୁକାବିଲା କରିଥିଲେ ରାଜ୍ୟ ସରକାର । ଯଦି ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ । ଆଉ ଏହା ବାତ୍ୟାରେ ପରିଣତ ହୁଏ । ତେବେ ଦଶହରା ସମୟରେ ଅର୍ଥାତ ନବମୀ ଓ ଦଶମୀ ଦିନ(ଅକ୍ଟୋବର 14 ଓ 15)ରେ ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 7, 2021, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.