ETV Bharat / city

ULB Polls: 2 ଘଣ୍ଟା ବିଳମ୍ବରେ ରାଜଧାନୀରେ ଭୋଟ ଗଣତି ଆରମ୍ଭ - ଭୋଟ ଗଣତି ବିଳମ୍ବ

ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ 2 ଘଣ୍ଟା ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଛି । ଷ୍ଟ୍ରଙ୍ଗରୁମ ବିଶୋଧନ ପାଇଁ ଗଣତି ବିଳମ୍ବ ହୋଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

ULB Polls: ରାଜଧାନୀରେ ଏକ ଘଣ୍ଟା ବିଳମ୍ବ ହେବ ଭୋଟ ଗଣତି

author img

By

Published : Mar 26, 2022, 8:57 AM IST

Updated : Mar 26, 2022, 10:29 AM IST

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ହେଲେ ଭୁବନେଶ୍ବର ସ୍ଥିତ ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ 2 ଘଣ୍ଟା ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଛି । 4ଟି ପର୍ଯ୍ୟାୟରେ ଏଠାରେ ଗଣତି କରାଯିବ । କୋଭିଡ ସ୍ଥିତି ଯୋଗୁଁ ଷ୍ଟ୍ରଙ୍ଗରୁମ ବିଶୋଧନ ପାଇଁ ଗଣତି ଡେରି ହୋଇଥିବା ସୂଚନା ମିଳିଛି । ସେହିପରି ଗଣତି ସମୟରେ ଷ୍ଟ୍ରଙ୍ଗରୁମ ଭିତର ଓ ବାହାରପଟର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି । ଯେପରି କୌଣସି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ନ ହୁଏ ସେ ଦିଗରେ ଧ୍ୟାନ ଦିଆଯାଉଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ପରବର୍ତ୍ତୀ ସମୟରେ ଏଭିଏମ ଭୋଟ ଗଣତି କରାଯିବ । ତେବେ ରାଜଧାନୀରେ ଭୋଟ ଗଣତି ପୂର୍ବରୁ ଗତକାଲି(ଶୁକ୍ରବାର) ପ୍ରବଳ ଗଣ୍ଡଗୋଳ ହୋଇଥିଲା । ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବିଜେପି କର୍ପୋରେଟର ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଛାଉଣୀ ମଧ୍ୟରେ ଷ୍ଟ୍ରଙ୍ଗରୁମ୍‌ରେ ଜଣେ ଯୁବକ ପଶିଥିବା ନେଇ ବିଜେପି ଅଭିଯୋଗ କରିବା ପରେ ଏଭଳି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 26, 2022, 10:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.