ETV Bharat / city

ଜାତୀୟ ଭଲିବଲ୍: ପୁରୁଷବର୍ଗରେ ହରିୟାଣା, ମହିଳାବର୍ଗରେ କେରଳ ବିଜେତା - Haryana Champion

ବରିଷ୍ଠ ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ପୁରୁଷବର୍ଗରେ ହରିୟାଣା ଓ ମହିଳାବର୍ଗରେ କେରଳ ବିଜେତା ହୋଇଛି । ଅଧିକ ପଢନ୍ତୁ...

ଜାତୀୟ ଭଲିବଲ୍
ଜାତୀୟ ଭଲିବଲ୍
author img

By

Published : Mar 12, 2021, 8:17 AM IST

ଭୁବନେଶ୍ବର: ‘କିଟ୍‌’ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମଠାରେ ଚାଲିଥିବା 69ତମ ବରିଷ୍ଠ ଜାତୀୟ ଭଲିବଲ୍ ( ପୁରୁଷ ଓ ମହିଳା ) ପ୍ରତିଯୋଗିତା 2020-21 ଗୁରୁବାର ଉଦଯାପିତ ହୋଇଛି । ଫାଇନାଲ୍ ମ୍ୟାଚରେ ପୁରୁଷ ବର୍ଗରେ ଆସାମକୁ ହରିୟାଣା 3-0 ସେଟ୍‌ରେ ହରାଇ ବିଜେତା ହୋଇଛି । କେରଳ ଉପବିଜେତା ହୋଇଛି ।

ଜାତୀୟ ଭଲିବଲ୍
ଜାତୀୟ ଭଲିବଲ୍

ସେହିପରି ମହିଳା ବର୍ଗରେ କେରଳ, ରେଳବାଇକୁ 3-2 ସେଟ୍‌ରେ ହରାଇ ଲଗାତାର ତୃତୀୟ ଥର ବିଜେତା ସହ ହାଟ୍ରିକ ହାସଲ କରିଛି । ଭାରତୀୟ ଭଲି ବଲ ଫେଡେରେସନ (ଭିଏଫଆଇ)ର ସଭାପତି ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ 69ତମ ବରିଷ୍ଠ ଜାତୀୟ ଭଲିବଲ ଚାମ୍ପିଆନ୍‌ସିପ୍ ଆୟୋଜକ କମିଟିର ଅଧ୍ୟକ୍ଷ ତଥା ଓଡିଶା ସରକାରଙ୍କ କ୍ରୀଡା ଯୁବ ବ୍ୟାପାର ଓ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତ, ରୁଚି ସଲାର ପରିବାଳନା ନିର୍ଦ୍ଦେଶକ ଶରତ ସାହୁ, କିଟ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଏଚ.କେ ମହାନ୍ତି କୁଳସଚିବ, ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭିଏଫଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ ଆଡ୍‌ମିନିଷ୍ଟ୍ରେସନ୍ ସଦସ୍ୟ ତଥା ଭିଏଆଇର ମୁଖ୍ୟ ପରିଚାଳନା ଅଳରୀ ରାମାବତାର ସିଂହ ଝାକର, ମହାସଚିବ ଅନୀଲ ଚୌଧୁରୀ, ବରିଷ୍ଠ ଉପସଭାପତି ତଥା ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ରଥୁନ ରାୟ ଚୌଧୁରୀ, ଅଧ୍ୟକ୍ଷ ତଥା ଉପସଭାପତି ଏସ୍, ବାସୁଦେଚନ୍, କାର୍ଯ୍ୟକାରୀ ଜଫସଭାପତି ରାଜକୁମାର, ଆୟୋଜନ କମିଟି ସମ୍ପାଦକ ତଥା ଭିଏଆଇ ସହଯୋଗୀ ଯୁଗ୍ମ ସମ୍ପାଦକ, ଓଡ଼ିଶା ଭଲିବଲ ଆସୋସିଏସନର ସାଧାରଣ ସମ୍ପାଦକ ତଥା କିଟ୍ ବିଶ୍ବବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଭଲିବଲ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷଠାରୁ ଆସନ୍ତା 20 ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ଜାତୀୟ ଭଲିବଲ ଚମ୍ପିଆନ୍‌ସିପର ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ 51 ହଜାର ଓ 31 ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଅଚ୍ୟୁତ ସାମନ୍ତ ଘୋଷଣା କରିଥିଲେ । ଏଥିପାଇଁ ବିଜେତା ଓ ଉପବିଜେତା ମହିଳା ଦଳ ନିମନ୍ତେ କିସ୍ ବିଶ୍ଵବିଦ୍ୟାଳୟ ଓ ପୁରୁଷ ଦଳ ପାଇଁ କିଟ୍ ବିଶ୍ବବିଦ୍ୟାଳୟ ଆର୍ଥିକ ପୁରସ୍କାର ରାଶି ଯୋଗାଇ ଦେବ ବୋଲି ସେ କହିଛନ୍ତି ।

କୌଣସି ଭଳିବଲ ପ୍ରତିଯୋଗିତାରେ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ଭିଏଫଆଇ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ଏହି ଚାମ୍ପିଅନସିପରେ 28ଟି ରାଜ୍ୟ ଓ 8ଟି କେନ୍ଦ୍ର ଶାସିତ ଅଞ୍ଚଳରୁ 12 ଶହରୁ ଅଧିକ ପୁରୁଷ ଓ ମହିଳା ବର୍ଗର ଖେଳାଳି ଓ ଅଫିସିଆଲ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.