ETV Bharat / city

କୋରୋନାରେ ବାଜି ମାରିଲା ଭିଟାମିନ, 4 ଗୁଣା ବ୍ରିକି ହେଲା ଔଷଧ - ଭୁବନେଶ୍ବର

କୋରୋନାରେ ମହୌଷଧି ସାଜିଛି ’ଭିଟାମିନ’ ! ବଜାରରେ ବଢିଛି ଭିଟାମିନର ଚାହିଦା । କୋରୋନା ଔଷଧ ଓ ଭ୍ୟାକ୍ସିନ ନ ବାହାରିବା ଏବେ ଭିଟାମିନ ବ୍ୟବସାୟୀଙ୍କ ପାଇଁ ଭାଗ୍ୟ ବଦଳାଇଛି । ଏନେଇ ପଢନ୍ତୁ ଆମର ସ୍ପେଶାଳ ରିପୋର୍ଟ...

କୋରୋନା ବାଜି ମାରିଲା ଭିଟାମିନ
କୋରୋନା ବାଜି ମାରିଲା ଭିଟାମିନ
author img

By

Published : Aug 19, 2020, 5:02 PM IST

Updated : Aug 19, 2020, 7:29 PM IST

ଭୁବନେଶ୍ବର : କୋରୋନାରେ ’ଭିଟାମିନ’ ଔଷଧର ଜବରଦୋସ୍ତ ବିକ୍ରି । ମାଲାମାଲା ହେଉଛନ୍ତି ମେଡିସିନ ଷ୍ଟୋରୀ ତଥା ହୋଲସେଲର । ଏପରିକି ଚାହିଦା ମୁତାବକ ଭିଟାମିନ ଯୋଗାଇବା ସମ୍ଭବ ହେଉନାହିଁ । ଗୋଟିଏ ପଟେ, କୋରୋନା ଲକଡାଉନ ଯୋଗୁଁ ଅନେକ ବେପାରରେ ବୁଡିଥିବାବେଳେ ଭିଟାମିନ ବ୍ୟବସାୟୀ ଲାଭାନ୍ବିତ ହେଉଛନ୍ତି ।

ଗତ ମାସରେ 4 ଗୁଣା ହୋଇଛି ବେପାର । ବଜାରରେ ଭିଟାମିନ ସି, ବି ଓ ଡି ର ବଢିଛି ଚାହିଦା । କୋରୋନାକୁ ପ୍ରତିହତ କରିବାକୁ ଭିଟାମିନ ସାଜିଛି ମହୌଷଧି । ରାଜଧାନୀ ଭୁବନେଶ୍ବରରେ ଏଥର ଅନ୍ୟ ଔଷଧ ଅପେକ୍ଷା ଅଧିକ ଭିଟାମିନ ଔଷଧ କିଣୁଛନ୍ତି ଲୋକେ । ଯେଉଁଠି ଭିଟାମିନ 5 ପ୍ରତିଶତ ବିକ୍ରି ହୁଏ ଆଜି ସେଠାରେ ବଢି 50 ପ୍ରତିଶତକୁ ବୃ୍ଦ୍ଧି ହୋଇଛି । ମେଡିସିନ ଡିଷ୍ଟ୍ରିବ୍ୟୁଟର ରବୀନ୍ଦ୍ର ଏଜେନ୍ସିଙ୍କ ଅନୁସାରେ, ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭିଟାମିନ ବ୍ୟବସାୟରେ ଅହେତୁକ ବୃଦ୍ଧି ହୋଇଛି । ଏପରିକି ମାର୍କେଟ ଡିମାଣ୍ଡ ଅନୁସାରେ କମ୍ପାନୀ ମାଲ ଯୋଗାଇବାକୁ ସମ୍ଭବ ହୋଇପାରୁନାହିଁ ।

ଜାନୁଆରୀରୁ ଆଗଷ୍ଟ ମଧ୍ୟ ଯଦି ଭିଟାମିନ ସେଲ ଉପରେ ଦେଖିବା ତେବେ ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ 4500 ଷ୍ଟ୍ରିପ୍ସ ସେଲ ହୋଇଥିଲା । ଏପ୍ରିଲରୁ ଜୁନ ଅର୍ଥାତ କୋରୋନା ପିକ ସମୟରେ ସର୍ବାଧିକ 8000 ଷ୍ଟ୍ରିପ୍ସ ଏବଂ ଜୁଲାଇରୁ ଅଗଷ୍ଟ 15 ମଧ୍ୟରେ 3000 ଷ୍ଟ୍ରିପ୍ସ ବିକ୍ରି ହୋଇଛି । ଅନ୍ୟପଟେ କୋରୋନା ପାଇଁ ହ୍ରାସ ପାଇଛି ପାରାସିଟାମଲ ବ୍ୟବସାୟ । ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ 1200 ଷ୍ଟ୍ରିପ୍ସ ସେଲ ହୋଇଥିଲା । ଏପ୍ରିଲରୁ ଜୁନ ମଧ୍ୟରେ ମାତ୍ର 1000 ଷ୍ଟ୍ରିପ୍ସ ଲୋକେ କିଣିଛନ୍ତି । ସେହିପରି ଜୁଲାଇରୁ ଅଗଷ୍ଟ ଭିତରେ ଏହାର ମାତ୍ର ଆହୁରି କମିଯାଇ, ମାତ୍ର 500 ଷ୍ଟ୍ରିପ୍ସ ବିକ୍ରି ହୋଇଛି ।

କୋରୋନା ବାଜି ମାରିଲା ଭିଟାମିନ

କୋରୋନା ପାଇଁ ଯେଉଁଠି ଅନ୍ୟ ବ୍ୟବସାୟ ଠପ ହୋଇପଡିଛି । ଏଥିସହ ଶହ ଶହ ବେରୋଜଗାର ସୃଷ୍ଟି ହୋଇଛି ସେଠାରେ ମେଡିସିନ ଷ୍ଟୋର ଲାଭାନ୍ବିତ ହେଉଛନ୍ତି । ବୟସ୍କ ହୁ୍ଅନ୍ତୁ ଅବା ଶିଶୁ ସମସ୍ତଙ୍କ କ୍ଷେତ୍ରରେ ଭିଟାମିନର ଚାହିଦା ବୃଦ୍ଧି ହୋଇଛି । ଯେଉଁ ସମୟରେ ଜ୍ବାରା, ଝାଡା ବାନ୍ତି ଭଳି ମେଡିସିନର ଚାହିଦା ରହିବା କଥା ସେଠି ଅଧିକ ସେଲ ହେଉଛି ଭିଟାମିନ ମେଡିସିନ ।ଏହାର କାରଣ ଏଯାବତ କୋରୋନାର କୌଣିସ ଭ୍ୟାକ୍ସିନ କିମ୍ବା ଔଷଧ ନ ବାହାରିବା । ଏଥିସହ ଶରରୀରେ ରୋଗ ପ୍ରତିରୋଧ ଶକ୍ତି ଥିଲେ କୋରୋନା ଆକ୍ରାନ୍ତର ଆଶଙ୍କା କମ୍‌ ରହିଛି । ଫଳରେ ଲୋକଙ୍କ ମଧ୍ୟରେ ଭିଟାମିନର ଚାହିଦା ଦ୍ବିଗୁଣିତ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Aug 19, 2020, 7:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.