ETV Bharat / city

ଗାଁ ଲୋକଙ୍କୁ ପୋଲିସର ନିର୍ଦ୍ଧୁମ ମାଡ଼: ନ୍ୟାୟ ପାଇଁ ଓଏଚଆରସି ନିକଟରେ ଅଭିଯୋଗ

12 ଅଗଷ୍ଟ ତାରିଖରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକର 21 ଜଣ ମହିଳା ଓ 9 ଜଣ ପୁରୁଷଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।

author img

By

Published : Aug 13, 2020, 10:17 PM IST

ଗାଁ ଲୋକଙ୍କୁ ପୋଲିସର ନିର୍ଦ୍ଧୁମ ମାଡ଼: ନ୍ୟାୟ ପାଇଁ ଓଏଚଆରସି ନିକଟରେ ଅଭିଯୋଗ
ଗାଁ ଲୋକଙ୍କୁ ପୋଲିସର ନିର୍ଦ୍ଧୁମ ମାଡ଼: ନ୍ୟାୟ ପାଇଁ ଓଏଚଆରସି ନିକଟରେ ଅଭିଯୋଗ

ଭୁବନେଶ୍ବର: ଦଳିତଙ୍କୁ ନିର୍ଦ୍ଦୟ ଭାବରେ ନିର୍ଯାତନା କରିବା ସହ ଗିରଫଦାରୀକୁ ନେଇ ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପୁରୀ ଜିଲ୍ଲାର ଗୋପ ବ୍ଲକ ଗାଁର ମହିଳା ଓ ଗରିବ କୃଷକମାନେ ଅଭିଯୋଗ କରିଛନ୍ତି । ଅଗଷ୍ଟ 12 ତାରିଖରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକର 21 ଜଣ ମହିଳା ଓ 9 ଜଣ ପୁରୁଷଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।

ରାଜ୍ୟ ମାନବାଧିକାରଙ୍କ ନିକଟରେ ଅଭିଯୋଗ ମୁତାବକ 10 ଅଗଷ୍ଟରେ ରାତି ପ୍ରାୟ 2ଟା ସମୟରେ ଗାଁ ଭିତରେ ପୋଲିସ ପହଞ୍ଚି ପାଟିତୁଣ୍ଡ କରି ଘର କବାଟ ବାଡ଼େଇବା ସହ ପୁରୁଷଙ୍କୁ ନିର୍ଦ୍ଧୁମ ଭାବରେ ମାଡ଼ ମାରିଥିଲା ପୋଲିସ। ଏହା ପରେ ଲୋକଙ୍କୁ ଗିରଫ କରିବା ସହ ଜଣେ ମହିଳା ଯିଏ କି ଗୋଟିଏ ବର୍ଷର ଶିଶୁ ରହିଛି। ସେମାନଙ୍କୁ ବି ଗିରଫ କରାଯାଇଥିଲା। ଅନ୍ୟମାନେ ପୋଲିସର ଗିରଫଦାରୀ ଭୟରେ ଗାଁ ଛାଡି ପଳାଇଛନ୍ତି। କୃଷି କ୍ଷେତ୍ର ଜଙ୍ଗଲରେ ପୋଲିସ ଗାଁ ଲୋକଙ୍କ ଟାର୍ଗେଟ କରୁଛି । ପୋଲିସର ଅତ୍ୟାଚାର ଏବଂ ଗିରଫଦାରୀରୁ ଗାଁରେ ଏକ ଭୟଙ୍କର ପରିବେଶ ଜାରି ରହିଛି। ପୋଲିସର ଅତ୍ୟାଚାରରେ ଅନେକ ଲୋକଙ୍କର ଘରର ଆସବାବପତ୍ର ଭାଙ୍ଗିଯାଇଛି । ଏମାନେ ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର ନିକଟରେ ଅଭିଯୋଗ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.