ETV Bharat / city

ଲାଞ୍ଚ ନେଇ ଧଉଳି ASI ଗିରଫ, 15 ଶହ ଟଙ୍କା ପାଇଁ କମିସନରେଟ ପୋଲିସ ବଦନାମ

author img

By

Published : Nov 19, 2020, 3:36 AM IST

ଦାଦାବଟି ମାଗିଲେ ଲୋକଙ୍କୁ ନା । ଥାନା ଭିତରେ କିନ୍ତୁ ଲାଞ୍ଚକୁ ନାହିଁ ମନା । ଏପରି ଅଜବ କାରବାର କମିସନରେଟ ପୋଲିସକୁ କରିଛି ବଦନାମ । ଅଧିକ ପଢନ୍ତୁ...

ଲାଞ୍ଚ ନେଇ ଧଉଳି ASI ଗିରଫ, 15 ଶହ ଟଙ୍କା ପାଇଁ କମିସନରେଟ ପୋଲିସ ବଦନାମ
ଲାଞ୍ଚ ନେଇ ଧଉଳି ASI ଗିରଫ, 15 ଶହ ଟଙ୍କା ପାଇଁ କମିସନରେଟ ପୋଲିସ ବଦନାମ

ଭୁବନେଶ୍ବର: ଦାଦାବଟି ମାଗିଲେ ଲୋକଙ୍କୁ ନା । ଥାନା ଭିତରେ କିନ୍ତୁ ଲାଞ୍ଚକୁ ନାହିଁ ମନା । ଏପରି ଅଜବ କାରବାର କମିସନରେଟ ପୋଲିସକୁ କରିଛି ବଦନାମ । କାରଣ ନିଜ କର୍ମଚାରୀଙ୍କ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ପୋଲିସ କମିସନର । ହେଲେ ସହରରେ ଦାଦାବଟି ମାଗୁଥିବା ଲୋକଙ୍କୁ ସାବାଡ ପାଇଁ କରିଛନ୍ତି ଲମ୍ବା ଯୋଜନା ଆଉ ହେଲପଲାଇନ ନମ୍ବର । ଯାହାର ଏକ ଜ୍ବଳନ୍ତ ଉଦାହରଣ ପୁରା କମିସନରେଟସ ପୋଲିସକୁ କରିଛି ବଦନାମ ।

ଧଉଳି ଥାନାର ଏଏସଆଇ ତୋଫାନ ଗୁରୁ ଏକ ମାମଲାର ରଫାଦଫା ପାଇଁ ୧୫୦୦ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭୁବନେଶ୍ବର ଭିଜିଲାନ୍ସ । ଏହାପରେ ପଦାରେ ପଡିଛି ପୋଲିସ ବାବୁଙ୍କ ଦାଦାବଟି ତଥା ଲାଞ୍ଚ କାରବାରର ଗୁମର । ମୁଖା ଖୋଲିଛି କମିସନରେଟ ପୋଲିସର କର୍ମଚାରୀଙ୍କ ଲାଞ୍ଚ ନେବାର ନିଆରା ଢଙ୍ଗ । କିପରି ରାଜ୍ୟର ଜଣେ ଦକ୍ଷ ପୋଲିସ ମାତ୍ର କେଇଟା ଟଙ୍କା ପାଇଁ ବିକ୍ରି କରିଦେଉଛନ୍ତି ଦେଉଛନ୍ତି ମୁଣ୍ଡ । ନିରିହ ଲୋକଙ୍କ ଠୁ ଦାଦାବଟି ଭଳି ନେଉଛନ୍ତି ଖୋଲାଖୋଲି ଲାଞ୍ଚ, ଯାହାର ଟିକିଏ ବି ସୁରାକ ପାଉନାହାନ୍ତି ପୋଲିସ କମିସନର ।

ପୁର୍ବରୁ ଏଇଭଳି ଅନେକ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ ପରେ ମଧ୍ୟ ବଦନାମର ଭୟ ନଥିବା କମିସନରେଟ ପୋଲିସର ଏହା ନିତିଦିନିଆ ଅଭ୍ୟାସ ପରି ମନେହେଉଛି । ପୁରା ଡିପାର୍ଟମେଣ୍ଟ ଏବେ ବଦନାମ ହେଉଥିବା ବେଳେ କମିସନର ନେବେ କି ଏକ ଦୃଢ ପଦକ୍ଷେପ ? ଗଣମାଧ୍ୟମ ସାମ୍ନାରେ କମିସନର ବିବୃତି ରଖି ଦେବେ କି ୫ଟିର ପ୍ରମାଣ?

ସହରବାସୀଙ୍କୁ ଏଭଳି ଲାଞ୍ଚୁଆ ପୋଲିସର କାରନାମା ଏବେ ବେଶ ବ୍ୟଥିତ କରିଛି । ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ ଏ ଦିଗରେ ଧ୍ୟାନ ନଦେଲେ ଲାଞ୍ଚ ପାଇଁ ଲୋକଙ୍କ ଆକ୍ରୋଶ ଶିକାର ଯେପରି ରାଜ୍ୟ ସରକାର ନ ହୁଅନ୍ତି ତାହା ଆଶଙ୍କା ସୃଷ୍ଟି କରିଛି । ସେହିପରି ନିମାପଡ଼ା କୃଷି ଉଦ୍ୟାନ ଅଧିକାରୀ ରମାକାନ୍ତ ପରିଡ଼ା୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ । ୬୦ ହଜାର ଟଙ୍କାର ସବସିଡ୍ ପାସ କରିବାକୁ ନେଉଥିଲେ କୃଷି ଉଦ୍ୟାନ ଅଧିକାରୀ । ଏହାର ସୁରାକ ପାଇ ରଙ୍ଗବୋଳା ଟଙ୍କା ସହ ସମ୍ପୃକ୍ତ ଲାଞ୍ଚୁଆ ଅଧିକାରୀଙ୍କୁ ଧରିଛି ଭିଜିଲାନସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.