ଭୁବନେଶ୍ବର: ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଭୁବନେଶ୍ବର ୟୁନିଟ ୩ ପିଏଚ ଡିଭିଜନ ୨ କାର୍ଯ୍ୟାଳୟ ସହ ୬ଟି ସ୍ଥାନରେ ରେଡ ହୋଇଥିବା ଜଣାପଡିଛି।
ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ୬ଟି ଟିମ ଏହି ଚଢାଉ କରାଯାଇଛି । ତେବେ, ଚଢାଉ ସମୟରେ ମିଳିଥିବା ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ