ETV Bharat / city

ଉତ୍କଳ ବିଶ୍ବବିଦ୍ୟାଳୟରେ ଉପରାଷ୍ଟ୍ରପତି, ବିପର୍ଯ୍ୟୟ ପରିଚାଳନାକୁ ପାଠକ୍ରମ୍ୟରେ ସାମିଲ କରିବାକୁ ଆହ୍ବାନ - utkal university

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହି ସମାରୋହରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରିଶ ଚନ୍ଦ୍ର ମୁର୍ମୂଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ...

ଉତ୍କଳ ବିଶ୍ବବିଦ୍ୟାଳୟରେ ଉପରାଷ୍ଟ୍ରପତି
ଉତ୍କଳ ବିଶ୍ବବିଦ୍ୟାଳୟରେ ଉପରାଷ୍ଟ୍ରପତି
author img

By

Published : Apr 3, 2021, 10:35 AM IST

Updated : Apr 3, 2021, 4:24 PM IST

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭେଙ୍କେୟା ନାଇଡୁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ସମାରୋହରେ ବିଶ୍ବବିଦ୍ୟାଳୟର କୁଳପତି ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧ୍ୟକ୍ଷତା କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟରେ ଉପରାଷ୍ଟ୍ରପତି, ବିପର୍ଯ୍ୟୟ ପରିଚାଳନାକୁ ପାଠକ୍ରମ୍ୟରେ ସାମିଲ କରିବାକୁ ଆହ୍ବାନ

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ 50 ତମ ସମାବର୍ତ୍ତନ ଉତ୍ସବ ଆୟୋଜନ କରିଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ଡିଲିଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡାଙ୍କୁ ଏଲଏଲଡି ଉପାଧି ମିଳିଛି । ବାର୍କ (BARC) ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଏହାସହ 41 ଜଣଙ୍କୁ ପିଏଚଡି ଓ 90 ଜଣଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଛି । କୋରୋନା କଟକଣା ଯୋଗୁଁ ଏହି ସମାରୋହରେ 200 ଜଣ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଓଡିଶା ଭାଷାରେ ଅଭିଭାଷଣ ଦେଇଛନ୍ତି । ଏହି ସମାବର୍ତ୍ତନରେ ସାମିଲ ହୋଇ ନିଜକୁ ଆନନ୍ଦିତ କହିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କଳିଙ୍ଗର ଗୌରବମୟ ଇତିହାସକୁ ମନେ ପକାଇଥିଲେ । ବିଶ୍ବରେ ଭାରତୀୟ ଛାତ୍ରଛାତ୍ରୀ ଗୌରବ ଆଣୁଛନ୍ତି । ଶିକ୍ଷା ଶୃଙ୍ଖଳିତ ଓ ସୁସଙ୍ଗଠିତ କରିଥାଏ । ଓଡିଶା ଏକ ବନ୍ୟାବାତ୍ୟା ପ୍ରଭାବିତ ରାଜ୍ୟ । ପ୍ରତିବର୍ଷ ଏହି ରାଜ୍ୟରେ ବିପର୍ଯ୍ୟୟ ଆସି ଅନେକ କ୍ଷତି ଘଟାଇ ଥାଏ । ତେଣୁ ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି ।

ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ବେଶ ଉନ୍ନତ । କଳିଙ୍ଗ ନିଜ ପରାକାଷ୍ଠା ବଳରେ ବଳୀୟାନ ହୋଇଥିଲା । ଜାଭା, ସୁମାତ୍ରା, ବାଲିଯାତ୍ରା କଳିଙ୍ଗର ସୁବର୍ଣ୍ଣ ଅଧ୍ୟାୟର ପ୍ରମାଣ ବୋଲି ଭେଙ୍କେୟା ନିଜ ଉଦବୋଧନରେ କହିଛନ୍ତି । ଏହା ସହ ନିଜ ଉପରେ ବିଶ୍ବାସ ରଖିବା ସହ ସାଧୁତା ଓ କଠିନ ପରିଶ୍ରମ ବଳରେ ସଫଳତା ମିଳିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Apr 3, 2021, 4:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.