ETV Bharat / city

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ; ସାମିଲ ହେବେ ଉପରାଷ୍ଟ୍ରପତି

author img

By

Published : Apr 3, 2021, 7:25 AM IST

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ତାର 50ତମ ସମାବର୍ତ୍ତନ ଉତ୍ସବ ପାଳନ କରିବାକୁ ଯାଉଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ବବିଦ୍ୟାଳୟ 50ତମ ସମାବର୍ତ୍ତନ ଉତ୍ସବ ପାଳନ କରିବ । ଏହି ଅବସରରେ ଓଡିଶା ଗସ୍ତରେ ଥିବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଭେଙ୍କେୟା ଗତକାଲି କଟକ ସ୍ଥିତ ସାରଳା ଭବନ ଯାଇଥିଲେ ।

ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଉପରାଷ୍ଟ୍ରପତି ପୂର୍ବାହ୍ନ 10ଟାରେ ରାଜଭବନରୁ ବାହାରି ବିଶ୍ବବିଦ୍ୟାଳୟ ଅଭିମୁଖେ ଯିବେ । ପ୍ରାୟ 1 ଘଣ୍ଟା ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହା ପରେ ସେ ରାଜଭବନକୁ ଯିବେ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 5 ଟା ସୁଦ୍ଧା ନୂଆଦିଲ୍ଲୀକୁ ଫେରିଯିବେ ।

ଗତକାଲି ସାରଳା ଦାସଙ୍କ 600 ତମ ଜନ୍ମବାର୍ଷିକୀ ଉତ୍ସବରେ ସାମିଲ ହୋଇଥିଲେ ଭେଙ୍କେୟା । ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷାରେ ଉଦବୋଧନ ଦେଇଥିଲେ ସେ । ସାରଳା ଦାସ ଓଡିଶାର ପ୍ରଥମ କବି । ସେ ଆଦିକବି ଭାବେ ପାଇଛନ୍ତି ଆଖ୍ୟା । ଜଟିଳ ଭାବନା ଓ ବିଚାରକୁ ସମସ୍ତେ ବୁଝିବା ଭଳି ସରଳ ଭାଷାରେ ବ୍ୟକ୍ତ କରିବାର ବିରଳ କ୍ଷମତା ତାଙ୍କ ପାଖରେ ରହିଥିଲା ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

ଗତ ଶୁକ୍ରବାର ପୂର୍ବାହ୍ନ 11 ଟା 07 ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ପୋଲିସ ଡିଜି ଅଭୟ ଓ ଉନ୍ନୟନ କମିଶନର ପିକେ ଜେନା ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.