ଭୁବନେଶ୍ବର: ବିଶିଷ୍ଠ ପାଲା ଗାୟକ ବଳଭଦ୍ର ପଣ୍ଡାଙ୍କ କୋରୋନାରେ ମୃତ୍ୟୁ । ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଗଣ୍ଡରପୁରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା ।
ଗତ କିଛି ଦିନ ହେବ ସେ ବୟସାଧିକ ରୋଗରେ ପୀଡିତ ଥିଲେ । ଏହାପରେ ସେ କୋରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମାତ୍ର ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ସାରା ଓଡିଶା ସମେତ ପାଲା ଜଗତରେ ଶୋକର ଛାୟା ଖେଳିଯାଇଛି ।
ଏକବିଂଶ ଶତାବ୍ଦୀର ପାଲା ଗାୟକମାନଙ୍କ ମଧ୍ୟରେ ଭାଗବତ ଭୂଷଣ ବଳଭଦ୍ର ପଣ୍ଡା ଅନ୍ୟତମ। ବିଶେଷ କରି ସେ ପାଲା ମାଧ୍ୟମରେ ଲୋକମାନଙ୍କୁ ଆଧ୍ୟାତ୍ମିକ ଚିନ୍ତା, ସାମାଜିକ ବାର୍ତ୍ତା ଏବଂ ସାମାଜିକ ଶିକ୍ଷା ବାର୍ତ୍ତା ଦେଇଥାନ୍ତି | ତେବେ ବଳଭଦ୍ର ପଣ୍ଡା ପ୍ରଥମ ପାଲା ଗାୟକ ଅଟନ୍ତି ଯିଏ ପବିତ୍ର ଭାଗବତଙ୍କୁ ପାଲା ସହିତ ପରିଚିତ କରାଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ