ETV Bharat / city

ବଗଲା ଧର୍ମଶାଳା ପ୍ରସଙ୍ଗ, ମୁଷ୍ଟିମେୟ ଅଧିକାରୀଙ୍କୁ ବାନ୍ଧି ଉଚ୍ଚ ସ୍ତରୀୟ ତଦନ୍ତ ଦାବି

author img

By

Published : Aug 23, 2020, 2:42 PM IST

ବଗଲା ଧର୍ମଶାଳା ଜମି ବିକ୍ରି ନେଇ ରାଜନୀତି ଥମିବା ନାଁ ନେଉନି। ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଅନେକ ମଠ ଭଙ୍ଗା ହେଲା ସେ ସମୟରେ କେହି ମୁହଁ ଖୋଲିଲେ ନାହିଁ । ହେଲେ ବଗଲା ଜମି ବିକ୍ରି ନେଇ ଏବେ ପ୍ରଶ୍ନ ଜୋର ଧରିଛି ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

ବଗଲା ଧର୍ମଶାଳା ପ୍ରସଙ୍ଗ
ବଗଲା ଧର୍ମଶାଳା ପ୍ରସଙ୍ଗ

ପୁରୀ : ବଗଲା ଧର୍ମଶାଳା ଜମି ବିକ୍ରି ନେଇ ରାଜନୀତି ଥମିବା ନାଁ ନେଉନି। ବିଜେପି ବିଜେଡି ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଆଜି ଏନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଅନେକ ମଠ ଭଙ୍ଗା ହେଲା ସେ ସମୟରେ କେହି ମୁହଁ ଖୋଲିଲେ ନାହିଁ । ହେଲେ ବଗଲା ଜମି ବିକ୍ରି ନେଇ ଏବେ ଜୋର ଧରିଛି ପ୍ରଶ୍ନ । ସରକାର କହିଲେ ବିସ୍ଥାପିତ ନୀତି ଘୋଷଣା କରିବେ କିନ୍ତୁ କଲେ ନାହିଁ । ଯେଉଁ 4-5 ଜଣଙ୍କୁ ଦେଇଛନ୍ତି ସେମାନେ ଲଜ ମାଲିକ। ସେମାନେ ବିସ୍ଥାପିତ ନୁହଁନ୍ତି ବୋଲି ବିଜୟ କହିଛନ୍ତି ।

ବଗଲା ଧର୍ମଶାଳା ପ୍ରସଙ୍ଗ

ସେମାନଙ୍କ ଠାରୁ ସରକାର ଜମି କିଣିଛନ୍ତି । ଗୋଟିଏ ଜମିର ଭାଲ୍ୟୁ, ସୋଲାସିୟମ ଏବଂ ରେଜିଷ୍ଟ୍ରେସନ ଫିସ ସହ ସମସ୍ତଙ୍କୁ ଯଥେଷ୍ଟ ପରିମାଣର ଟଙ୍କା ଦେଇଛନ୍ତି ସରକାର । ସରକାର ସେମାନଙ୍କ ଲଜିଂକୁ 4 ଗୁଣ ଦରରେ କିଣିଥିବା ସେ ଅଭିଯୋଗ କରିଛନ୍ତି । ଅଧିଗ୍ରହଣ ନାଁରେ ସରକାର ପୁରା ସମ୍ପତ୍ତିକୁ କିଣିଦେଇଛନ୍ତି । ପୁରୀ ଭଳି ଜମି ଅଧିଗ୍ରହଣ ପଦ୍ଧତି ନିଆଯାଇଥିଲେ ପୋସ୍କୋ ଭଳି ଅନେକ କମ୍ପାନୀ ରାଜ୍ୟରୁ ଫେରି ଯାଇ ନଥାନ୍ତେ ବୋଲି ସେ କହିଛନ୍ତି।

କିଛି ମୁଷ୍ଟିମେୟ ଆଇଏଏସ ଅଫିସର ଭାବୁଛନ୍ତି ସେମାନେ ସର୍ବେସର୍ବା । ଆମେ ଯାହା ଇଚ୍ଛା ହେବ କରିବୁ। ଯେହେତୁ ବର୍ତ୍ତମାନ ମୁନିସିପାଲିଟି ନାହିଁ , ଜିଲ୍ଲାପାଳ ମନ ଇଚ୍ଛା ବିକିଦେଲେ । ବାମ ହାତରେ ନେଲେ ଡାହାଣ ହାତରେ ଦେଲେ । ଏହା କେଉଁ ଆଇନରେ ଲେଖା ଅଛି ବୋଲି ବିଜୟ ପ୍ରଶ୍ନ କରିଛନ୍ତି । ତୁରନ୍ତ ସେ ଅଫିସରଙ୍କୁ ବନ୍ଧା ଯିବା ଦରକାର । ରାଜସ୍ୱ ବିଭାଗ, ଆଇନ ବିଭାଗ ଜବାବ ରଖିବା ଦରକାର । ସରକାର ଏହାର ପୂର୍ଣ୍ଣାଙ୍ଗ ତଦନ୍ତ କରନ୍ତୁ । ମୁଖ୍ୟମନ୍ତ୍ରୀ ମାମଲାକୁ ନିଜ ଟେବୁଲକୁ ଆଣନ୍ତୁ ବୋଲି ସେ ଦାବି କରିଛନ୍ତି । ଏବଂ ଯେଉଁ ଅଫିସର ମାନେ ଏଭଳି କରିଛନ୍ତି । ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ସରକାରଙ୍କ ପାଖରେ ସମସ୍ତ ତଥ୍ୟ ଅଛି। ତେଣୁ ସରକାର ତଥ୍ୟ ପ୍ରଦାନ କରନ୍ତୁ । ଯେଉଁମାନଙ୍କୁ ଜମି ଦିଆଯାଇଛି ସେମାନେ ବିସ୍ଥାପିତ ନୁହଁନ୍ତି। ଏହା ଲ୍ୟାଣ୍ଡ ଫର ଲ୍ୟାଣ୍ଡ ସ୍କିମ୍ ନୁହେଁ ବୋଲି ବିଜୟ କହିଛନ୍ତି। ବିଜୟଙ୍କ ଏଭଳି ବୟାନ ବିବାଦକୁ ନୂଆ ମୋଡ଼ ଦେଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.