ETV Bharat / city

ବିଜୟ ମହାନ୍ତିଙ୍କ ମୃତ୍ୟୁକୁ ପୂରିନି ବର୍ଷେ, ଚାଲିଗଲେ ମା'

author img

By

Published : May 9, 2021, 9:03 AM IST

ପୁଅ ପରେ ପରେ ଚାଲିଗଲା ମାଆ । ନିଖୁଣ, ଭେଟେରାନ କଳାକାର ବିଜୟ ମହାନ୍ତିଙ୍କ ମୃତ୍ୟୁ ପରେ ଗତକାଲି ତାଙ୍କ ମା'ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିଜୟ ମହାନ୍ତିଙ୍କ ମୃତ୍ୟୁକୁ ପୁରିନି ବର୍ଷେ, ଚାଲିଗଲେ ମା'

ଭୁବନେଶ୍ବର: ପ୍ରତିଟି ଓଡିଆ ଘରେ ପରିଚିତ ଭେଟେରାନ କଳାକାର ବିଜୟ ମହାନ୍ତିଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ବର୍ଷେ ମଧ୍ୟ ପୁରିନଥିବା ବେଳେ ସେପଟେ ତାଙ୍କ ମା' ଶାନ୍ତିଲତା ମହାନ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ଶାନ୍ତିଲତା କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଶାନ୍ତିଲତା ବାଲେଶ୍ବରର ରେମୁଣାରେ ତାଙ୍କ ବଡପୁଅ ତଥା ବିଜୟଙ୍କ ବଡଭାଇ ଅଜୟଙ୍କ ସହିତ ରହୁଥିଲେ । ତେବେ ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର 2ଟି ପୁଅ ଓ ଗୋଟିଏ ଝିଅ ଅଠନ୍ଚି। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅନେକ ଓଲିଉଡ କଳାକାର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ତେବେ ସୂଚନା ଥାଉ କି ବିଜୟ ଗତ ବର୍ଷ ଜୁଲାଇ 20 ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ହୃଦଘାତ ହେବା ପରେ ସେ ହାଇଦ୍ରାବଦରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ଓଡିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ଅନେକ ସିନେ ଷ୍ଟାର ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ବିଜୟ ଅଭିନେତା, ଖଳନାୟକଠାରୁ ଆରମ୍ଭ କରି ଅନେକ ଚରିତ୍ରରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.