ଭୁବନେଶ୍ବର: ବଦଳିବ ଯୋଜନା ବୋର୍ଡର ରୂପରେଖ । ବଦଳିବ କାର୍ଯ୍ୟଧାରା । ବୃଦ୍ଧି ପାଇବ କ୍ଷମତା । ରାଜ୍ୟରେ କାର୍ଯ୍ୟକରୁଥିବା ଯୋଜନା ବୋର୍ଡକୁ ଖୁବଶୀଘ୍ର ଟ୍ରାକକୁ ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯୋଜନା ବୋର୍ଡକୁ ଭାରତ ସରକାରଙ୍କ ନୀତି ଆୟୋଗ ଢାଞ୍ଚାରେ ଗଠନ କରାଯିବ । ଏବଂ ଯେଉଁ ଲକ୍ଷ୍ୟ ନେଇ ସରକାର ଏହାକୁ ଗଠନ କରିଥିଲେ ସେହି ଲକ୍ଷ୍ୟ ଯେମିତି ସାଧିତ ହୋଇପାରିବ ସେନେଇ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ସରକାରଙ୍କ ଏହି ନିଷ୍ପତିକୁ କଡା ସମାଲୋଚନା କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯୋଜନା ବୋର୍ଡ ହେଉଛି ସରକାରୀ ଦଳର ଥଇଥାନ କେନ୍ଦ୍ର । ସରକାର ଦଳର ନେତାଙ୍କୁ ସେଠି ଥଇଥାନ କରାଯାଉଛି । ଫଳରେ ଯେଉଁ ଲକ୍ଷ୍ୟ ନେଇ ଏହା ଗଠନ ହୋଇଥିଲା ଲକ୍ଷ୍ୟ ଠାରୁ ଏହା ଏବେ ବହୁ ଦୂରରେ । ଏହାସହ ସେ ଆହୁରି କହିଛନ୍ତି ବିଶିଷ୍ଟ ବ୍ୟକ୍ତିଙ୍କୁ ଏଠାରେ ଅବସ୍ଥାପତି କରାଯିବା କଥା । ଯେଉଁମାନେ ରାଜ୍ୟର ବିକାଶ ପାଇଁ ସରକାରଙ୍କୁ ସଠିକ ମାର୍ଗଦର୍ଶନ ଦେଇପାରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ