ETV Bharat / city

ଭେଡେନ ଗଣଦୁଷ୍କର୍ମ ମାମଲା: ବରଗଡ ଏସଡିଜେଏମ କୋର୍ଟରେ ରେକର୍ଡ ହେବ ପୀଡିତାଙ୍କ ବୟାନ - ଭେଡେନ ଗଣଦୁଷ୍କର୍ମ ମାମଲା

2016 ମସିହାର ଚର୍ଚ୍ଚିତ ଭେଡେନ ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୀଡିତାଙ୍କୁ ବାରମ୍ବାର ଜୀବନରୁ ମାରିଦେବାର ଧମକ ଆସୁଥିବାରୁ ତାଙ୍କ ପରିବାର ଓ ତାଙ୍କ ସହ କୌଣସି ପରିସ୍ଥିତିରେ ବି ମିଳାମିଶା ନକରିବାକୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Veden gangrape case, bargarh veden gangrape and double murder case, shrc orders to record veden gangrape victim's statement, ବରଗଡ ଭେଡେନ ଗଣଦୁଷ୍କର୍ମ ଓ ଡବଲ ମର୍ଡର ମାମଲା, ଭେଡେନ ଗଣଦୁଷ୍କର୍ମ ମାମଲା, ଭେଡେନ ଗଣଦୁଷ୍କର୍ମ ପୀଡିତାଙ୍କ ବୟାନ ରେକର୍ଡ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ
ଭେଡେନ ଗଣଦୁଷ୍କର୍ମ ମାମଲା: ବରଗଡ ଏସଡିଜେଏମ କୋର୍ଟରେ ରେକର୍ଡ ହେବ ପୀଡିତାଙ୍କ ବୟାନ
author img

By

Published : Mar 3, 2020, 5:35 PM IST

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଭେଡେନ ଗଣଦୁଷ୍କର୍ମ ଓ ଡବଲ ମର୍ଡର ମାମଲା। ମଙ୍ଗଳବାର ସମ୍ପୃକ୍ତ ମାମଲାରେ ରାଜ୍ୟ ମାନବାଧିକାର କମିଶନ ପୀଡିତାଙ୍କୁ କୋର୍ଟରେ ବୟାନ ରଖିବା ସହ ଅଭିଯୁକ୍ତଙ୍କୁ କୌଣସି ପରିସ୍ଥିତିରେ ବି ପୀଡିତାଙ୍କ ପରିବାର ସହ ନମିଶିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବରଗଡ ଏସଡିଜିଏମ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଭେଡେନ ଗଣଦୁଷ୍କର୍ମ ମାମଲା: ବରଗଡ ଏସଡିଜେଏମ କୋର୍ଟରେ ରେକର୍ଡ ହେବ ପୀଡିତାଙ୍କ ବୟାନ

ସୂଚନା ଅନୁଯାୟୀ 2016 ମସିହାର ଚର୍ଚ୍ଚିତ ଭେଡେନ ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ମୁହଁ ଖୋଲିଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୀଡିତାଙ୍କୁ ବାରମ୍ବାର ଜୀବନରୁ ମାରିଦେବାର ଧମକ ଆସୁଥିବାରୁ ତାଙ୍କ ପରିବାର ଓ ତାଙ୍କ ସହ କୌଣସି ପରିସ୍ଥିତିରେ ବି ମିଳାମିଶା ନକରିବାକୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଯଦି ପୋଲିସ ତଦନ୍ତରେ କୌଣସି ପ୍ରକାରର ଅଣଦେଖା ପରିଲିଖିତ ହୁଏ ପୋଲିସ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପୋଲିସ ମହାନିର୍ଦ୍ଦେଶକ ନିକଟରେ ସୁପାରିଶ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି ।

ଏହାଛଡା ସୁପ୍ରିମକୋର୍ଟର ଗାଇଡ ଲାଇନ ଅନୁଯାୟୀ ମାମଲାର ତଦନ୍ତ କରାଯିବା ସହ ଘଟଣାରେ ପୋଲିସର ସମ୍ପୃକ୍ତି ପାଇଁ ରାଜ୍ୟ ମାନବାଧିକାରର ଦ୍ବାରସ୍ଥ ହୋଇଥିବା ପୀଡିତା ପ୍ରକାଶ କରିଛନ୍ତି । ସେପଟେ ଏନେଇ ଭେଡେନ ପୋଲିସ ଅଧିକାରୀ ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ମାମଲାର ତଦନ୍ତ ପାଇଁ ପୀଡିତାଙ୍କୁ ବାରମ୍ବାର ଥାନାକୁ ଡକାଯାଉଛି ହେଲେ ଦେଖା ଦେଉ ନାହାନ୍ତି ପୀଡିତା । ଫଳରେ ତଦନ୍ତରେ ବାରମ୍ବାର ବାଧା ଉପୁଜୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.