ଭୁବନେଶ୍ବର: ରାଜ୍ୟରେ ଉତ୍ପାଦନ ହେବ କୋରୋନା ଟିକା । ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଭାରତ ବାୟୋଟେକର ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏନେଇ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସହିତ ଆଲୋଚନା କରିଛନ୍ତି ଭାରତ ବାୟୋଟେକ ପ୍ରତିଷ୍ଠାତା ଡ଼ କ୍ରିଷ୍ଣା ଇଲା ।
ଡ଼ କ୍ରିଶା କିଛିଦିନ ପୂର୍ବରୁ ଓଡ଼ିଶା ଆସି ଖାରବେଳ ଭବନରେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି । ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ର କହିଛନ୍ତି ଯେ, ଭାରତ ବାୟୋଟେକ ପ୍ରତିଷ୍ଠାତା ଡ଼ କ୍ରିଷ୍ଣା ଇଲା ଓଡ଼ିଶା ଆସିଥିଲେ । ଅନ୍ଧାରୁଆରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ର ବାବଦରେ ଆଲୋଚନା ହୋଇଛି । ଅନ୍ଧାରୁଆରେ ଉତ୍ପାଦନ ୟୁନିଟରୁ 2022 ଜୁନ ସୁଦ୍ଧା ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ୟୁନିଟରେ କୋରୋନା ଏବଂ ମ୍ୟାଲେରିଆ ଟିକା ସମେତ ପ୍ରାୟ ଦଶ ପ୍ରକାରର ଉନ୍ନତ ଟିକା ଉତ୍ପାଦନ କରାଯିବ ।
-
Secretary Sri Manoj Mishra @manojmishrasays and @BharatBiotech founder and Chairman Dr Krisha Ella met at secretariat and discussed the on going work of the #Vaccine manufacturing plant at Andharua, #Bhubaneswar, which is likely to get commissioned by June 2022. pic.twitter.com/H6nUbbKOO1
— Science & Tech Dept, Odisha (@ScAndTechOdisha) August 4, 2021 " class="align-text-top noRightClick twitterSection" data="
">Secretary Sri Manoj Mishra @manojmishrasays and @BharatBiotech founder and Chairman Dr Krisha Ella met at secretariat and discussed the on going work of the #Vaccine manufacturing plant at Andharua, #Bhubaneswar, which is likely to get commissioned by June 2022. pic.twitter.com/H6nUbbKOO1
— Science & Tech Dept, Odisha (@ScAndTechOdisha) August 4, 2021Secretary Sri Manoj Mishra @manojmishrasays and @BharatBiotech founder and Chairman Dr Krisha Ella met at secretariat and discussed the on going work of the #Vaccine manufacturing plant at Andharua, #Bhubaneswar, which is likely to get commissioned by June 2022. pic.twitter.com/H6nUbbKOO1
— Science & Tech Dept, Odisha (@ScAndTechOdisha) August 4, 2021
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ