ETV Bharat / city

ଆଜି 11 ଜିଲ୍ଲାରେ ଟୀକାକରଣ ବନ୍ଦ

author img

By

Published : Jul 13, 2021, 10:25 PM IST

Updated : Jul 14, 2021, 7:28 AM IST

ଆଜି ରାଜ୍ୟରେ 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଟିକାର ଅଭାବ ପାଇଁ ଟୀକାକରଣ ବାଧାପ୍ରାପ୍ତ ହେଉଛି । ଅଧିକ ପଢନ୍ତୁ...

ରାଜ୍ୟରେ ଟିକା ଅଭାବ, ଆସନ୍ତାକାଲି 11 ଜିଲ୍ଲାରେ ଟୀକାକରଣ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବ ସମସ୍ୟା ଲାଗିରହିିଛି । ଏଥିପାଇଁ ଆଜି (ବୁଧବାର) ରାଜ୍ୟରେ 11 ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ରାଜ୍ୟରେ ଟିକା ସଙ୍କଟ କାରଣରୁ 11ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ । ଅନ୍ୟପକ୍ଷେ ରାଜ୍ୟରେ 396ଟି କେନ୍ଦ୍ରରେ ଟୀକାକରଣ କରାଯିବ ।

ବର୍ତ୍ତମାନ ରାଜ୍ୟରେ ଘୋର ଟିକା ସଙ୍କଟ ଦେଖାଯାଇଛି । ଫଳରେ ଦୈନିକ ଟୀକାକରଣରେ ଉପୁଜୁଛି । ଦୈନିକ ଭାବେ ହେବାକୁ ଥିବା ଅନେକ ସ୍ଥାନରେ ଟୀକାକରଣ ଠିକ ଭାବରେ ପରିଚାଳନା ହୋଇପାରୁନାହିଁ । ସେହିପରି ସମାନ କାରଣ ପାଇଁ ରାଜ୍ୟରେ ଆଜି 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଆଜି ରାଜ୍ୟରେ 396ଟି କେନ୍ଦ୍ରରେ ଟିକା ପ୍ରଦାନ କରାଯିବ ।

ଟୀକାକରଣ ବନ୍ଦ ରହିଥିବା ଜିଲ୍ଲାଗୁଡିକ ମଧ୍ୟର ବଲାଙ୍ଗୀର,ବାଲେଶ୍ବର, ଦେଓଗଡ, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ନୂଆପଡା ସାମିଲ ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 3 ଲକ୍ଷ 46 ହଜାର 210 ଡୋଜ କୋଭିସିଲଡ଼ ଟିକା ରହିଥିବାବେଳେ 2 ଲକ୍ଷ 89 ହଜାର 400 ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି । ତେବେ ରାଜ୍ୟରେ ମୋଟ 1 କୋଟି 34 ଲକ୍ଷ 60 ହଜାର 327 ଡୋଜ ଟୀକାକରଣ କରାଯାଇଥିବା ମଧ୍ୟ ସୂଚନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 14, 2021, 7:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.