ETV Bharat / city

Vaccination: ରାଜ୍ୟର 681 ସେସନରେ ଚାଲିଛି ଟୀକାକରଣ

author img

By

Published : Jul 16, 2021, 12:33 PM IST

Updated : Jul 16, 2021, 2:11 PM IST

681 ସେସନରେ ଚାଲିଛି ଟୀକାକରଣ । ଆଜି ଆହୁରି 5 ଲକ୍ଷ ଟିକା ଆସିବ । ଅଧିକ ପଢନ୍ତୁ...

ରାଜ୍ୟର 681 ସେସନରେ ଚାଲିଛି ଟୀକାକାରଣ
ରାଜ୍ୟର 681 ସେସନରେ ଚାଲିଛି ଟୀକାକାରଣ

ଭୁବନେଶ୍ବର:ରାଜ୍ୟରେ ଆଜି(ଶୁକ୍ରବାର) 681ଟି ସେସନରେ ଚାଲିଛି ଟୀକାକାରଣ । ଗତକାଲି(ଗୁରୁବାର) 1094ଟି ସେସନରେ ଟୀକାକରଣ କରାଯାଇଥିଲା । 2 ଲକ୍ଷ 24 ହଜାର 82 ଜଣ ଟିକା ନେଇଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ 1 କୋଟି 38 ଲକ୍ଷ 9 ହଜାର 756 ଜଣଙ୍କ ଟୀକାକରଣ ସରିଛି ।

Vaccination: ରାଜ୍ୟର 681 ସେସନରେ ଚାଲିଛି ଟୀକାକରଣ

ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ 4 ଲକ୍ଷ 61 ହଜାର କୋଭିସିଲ୍ଡ ଏବଂ 1 ଲକ୍ଷ 79 ହଜାର କୋଭାକ୍ସିନ ଟିକା ମହଜୁତ ଅଛି । ଗତକାଲି 3 ଲକ୍ଷ 34 ହଜାର 580 ଡୋଜ ରାଜ୍ୟକୁ ଆସିଛି । ଜୁଲାଇ ମାସରେ 25 ଲକ୍ଷ 800 କୋଭିସିଲଡ଼ ଟିକା ଆଲଟମେଣ୍ଟ ହୋଇଥିଲା । ସେଥିରୁ 16 ଲକ୍ଷ 94 ହଜାର 980 ଟିକା ରାଜ୍ୟକୁ ମିଳିସାରିଛି ।

ସେହିପରି କୋଭାକ୍ସିନ 5 ଲକ୍ଷ 40 ହଜାର 110 ଆଲଟମେଣ୍ଟ ହୋଇଥିଲା । 3 ଲକ୍ଷ 62 ହଜାର 10 ଟୀକାକରଣ ସରିଛି । ଆଜି ଆହୁରି 5 ଲକ୍ଷ ଟିକା ଆସିବା ନେଇ ଜଣାପଡିଛି । ବର୍ତ୍ତମାନ ପ୍ରଥମ ଡୋଜ ଅପେକ୍ଷା ଦ୍ଵିତୀୟ ଡୋଜକୁ ଅଧିକ ପ୍ରାଧାନ୍ୟ ଦିଆଯିବ । 70 ପ୍ରତିଶତ ଟିକା ଦ୍ଵିତୀୟ ଡୋଜ ପାଇଁ ଓ 30 ପ୍ରତିଶତ ଟିକା ପ୍ରଥମ ଡୋଜ ପାଇଁ ଦିଆଯିବା ନେଇ ଯୋଜନା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 16, 2021, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.