ଭୁବନେଶ୍ବର: 45 ବର୍ଷରୁ ଊର୍ଦ୍ଧ୍ବ ଟୀକାକରଣରେ ଆଗରେ ରାଜଧାନୀ ଭୁବନେଶ୍ବର । ଏହି ବର୍ଗର ଟୀକାକରଣର ପ୍ରଥମ ଡୋଜ ପକ୍ରିୟା ଶେଷ ହୋଇଛି । ରାଜ୍ୟରେ ଟୀକାକାରଣରେ ଭୁବନେଶ୍ବର ଆଗୁଆ ରହିଛି । ଭୁବନେଶ୍ବରରେ ବର୍ଗର ଟୀକାକରଣର ପ୍ରଥମ ଡୋଜ ପକ୍ରିୟା ଶେଷ ହୋଇଛି ।
ପ୍ରଥମ ଡୋଜ ଟିକାକରଣରେ 101 ପ୍ରତିଶତ ସଫଳତା ମିଳିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ରାଜ୍ୟରେ କମ ହୋଇଥିବା ଟୀକାକରଣରେ ବଲାଙ୍ଗୀର ଜିଲ୍ଲା ରହିଥିବାବେଳେ ଆଗରେ ରହିଛି ଭୁବନେଶ୍ବର ଏବଂ ପଛକୁ ରହିଛି ବାଲେଶ୍ବର ଜିଲ୍ଲା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ