ଭୁବନେଶ୍ବର: ମଙ୍ଗଳବାର ରାଜ୍ୟର 1488 ଟି କେନ୍ଦ୍ରରେ କରାଯିବ ଟୀକାକରଣ। ରାଜ୍ୟରେ ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି କରାଯାଉଛି। ରାଜ୍ୟରେ 6 ଲକ୍ଷ 14 ହଜାର 400 କୋଭିସିଲ୍ଡ ଟିକା ରହିଥିବା ବେଳେ 3 ଲକ୍ଷ 51 ହଜାର 260 କୋଭାକ୍ସିନ ଟିକା ରହିଛି।
ଅନ୍ୟପଟେ ରାଜ୍ୟରେ ଟୀକାକରଣ ଜୋରଦାର କରାଯାଉଥିବା ବେଳେ ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରୁଛନ୍ତି ରାଜ୍ୟ ସରକାର। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଟୀକାକରଣ କରାଯିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ