ETV Bharat / city

ଅନଲାଇନରେ ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ବିଇଡି ପରୀକ୍ଷା - ଅନଲାଇନରେ ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ବିଇଡି ପରୀକ୍ଷା

ଅନ‌ଲାଇନରେ ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ବିଇଡି ପରୀକ୍ଷା । ଛାତ୍ରଛାତ୍ରୀଙ୍କ ଦାବି ପରେ ଅନଲାଇନ ପରୀକ୍ଷା ପାଇଁ ରାଜି ହେଲେ କୁଳପତି। ଜାନୁଆରୀ ୭ରୁ ହୋଇପାରେ ପରୀକ୍ଷା। ଅଧିକ ପଢନ୍ତୁ...

Utkal University's BED exam will be held online
ଅନଲାଇନରେ ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ବିଇଡି ପରୀକ୍ଷା
author img

By

Published : Dec 30, 2020, 7:24 PM IST

ଭୁବନେଶ୍ବର: ଦୀର୍ଘ ଦିନର ଆନ୍ଦୋଳନ ପରେ ଉତ୍କଳ ବିଶ୍ଵବିଦ୍ୟାଳୟର ବିଇଡି ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବାକୁ ଅନୁମତି ମିଳିଛି। 2 ଦିନ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରାଯିବ। ତେବେ ଜାନୁଆରୀ 7 ତାରିଖରେ ଅନଲାଇନ ପରୀକ୍ଷା ହୋଇପାରେ ବୋଲି ସୂଚନା ମିଳିଛି। ତେବେ ସୂଚନା ଅନୁସାରେ ଅଫ୍‌ଲାଇନରେ ବିଇଡି ପରୀକ୍ଷା ବିରୋଧ ଦାବିରେ ବିଇଡି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଅନ୍‌ଲାଇନ୍‌ ମୋଡରେ କରିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ କତ୍ତୃପକ୍ଷ। ତେବେ 9ଟି ବିଇଡି କଲେଜର 850 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.