ETV Bharat / city

UTKAL UNIVERSITYରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ଛାତ୍ର ପରିଷଦ - Utkal University

ଉତ୍କଳ ବିଶ୍ବବିଦ୍ୟାଳୟ ବିଭିନ୍ନ ଘୋଟଲା ଘୋଟଲା ଓ ସମସ୍ୟା ବାବଦରେ ବାଣୀବିହାର ଛାତ୍ର ପରିଷଦ ସାମ୍ବାଦିକ ସମ୍ମିଳନୀ । ବ୍ୟାପକ ଅନିୟମିତତା ସହ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ପରିଷଦ । ଅଧିକ ପଢନ୍ତୁ...

UTKAL UNIVERSITYରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ଛାତ୍ର ପରିଷଦ
ଉତ୍କଳ ବିଶ୍ୱବିଦ୍ୟାଳୟ ବିଭିନ୍ନ ଘୋଟଲାରେ ବାଣୀବିହାର ଛାତ୍ର ପରିଷଦ ସାମ୍ବାଦିକ ସମ୍ମିଳନୀ
author img

By

Published : Jul 15, 2021, 7:57 AM IST

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ବିଭିନ୍ନ ଘୋଟଲା ଓ ସମସ୍ୟାରେ ବାଣୀବିହାର ଛାତ୍ର ପରିଷଦ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି । ଏନେଇ ବାଣୀବିହାର ଛାତ୍ର ପରିଷଦ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଉତ୍କଳ ବିଶ୍ବବିଦ୍ୟାଳୟରେ ହେଉଥିବା ବିଭିନ୍ନ ଘୋଟାଲା ଏବଂ ସମସ୍ୟାକୁ ବିରୋଧ କରି ବାଣୀବିହାର ଛାତ୍ର ପରିଷଦ । 11 ଦଫା ଦାବିକୁ ନେଇ ଏହି ସାମ୍ବାଦିକ ସମିଳନୀ ଆୟୋଜିତ ହୋଇଯାଇଛି ।

UTKAL UNIVERSITYରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ଛାତ୍ର ପରିଷଦ

ଦୀର୍ଘ 2 ବର୍ଷ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ଯେଉଁ ଦଲାଲଗିରି ଚାଲିଛି ସେଥିପାଇଁ ବିଶ୍ବ ବିଦ୍ୟାଳୟ ତଳକୁ ତଳକୁ ଯାଉଛି । ନେତାମନ୍ତ୍ରୀ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ କଲେଜକୁ କବଜାକୁ ନେବାକୁ ଯେଉଁ ପ୍ରୟାସ କରୁଛନ୍ତି ତାହା ଯୋଗୁଁ ଏପରି ହୋଇଛି ବୋଲି ଏହି ଛାତ୍ର ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ନିକଟରେ ନିର୍ମାଣ ହୋଇଥିବା ପ୍ରଶାସନିକ ଭବନ ନିର୍ମାଣରେ ବହୁ ଟଙ୍କା ଖର୍ଚ୍ଚ ହୋଇଛି । ରୁଷା ଫଣ୍ଡରୁ ବିଶ୍ଵବିଦ୍ୟାଳୟର ଉନ୍ନତିକରଣ ପାଇଁ ଆସିଥିବା ଟଙ୍କାକୁ କର୍ତ୍ତୃପକ୍ଷ ସଠିକ ଭାବେ ବ୍ୟବହାର କରୁନଥିବାର ଅଭିଯୋଗ ହୋଇଛି । ଏହି ଟଙ୍କା କ୍ଲାସରୁମ ଅନ୍ୟ ଭିତ୍ତିଭୂମି ବଢାଇବା ପରିବର୍ତ୍ତେ କର୍ତ୍ତୃପକ୍ଷ ତାଙ୍କ ନିଜସ୍ବ ଉନ୍ନତି କରୁଛନ୍ତି ବୋଲି ଅଭିଯୋଗ କରିଛି ଛାତ୍ର ସଂସଦ ।

ସେହିପରି ଗରିବ ପିଲାଙ୍କ ପାଇଁ ଯେଉଁ ଶିକ୍ଷା ବ୍ୟବସ୍ଥା ଥିଲା ଏବଂ ପୂର୍ବରୁ ଛାତ୍ରଛାତ୍ରୀମାନେ ତାହାର ଯେଉଁ ଫାଇଦା ଉଠାଉଥିଲେ ତାହା ଏବେ ପୁରା ବ୍ୟବସାୟୀକରଣ ହୋଇଯାଇଛି । ସେହିପରି ବିଶ୍ବବିଦ୍ୟାଳୟରେ କିଛି ଅଧ୍ୟାପକ ଅଛନ୍ତି ଯାହାଙ୍କ ନିକଟରେ ଅଧ୍ୟାପକ ହେବାର ଦକ୍ଷତା ନାହିଁ ଏବଂ ସେ ଅନେକ ଅପରାଧିକ କାର୍ଯ୍ୟକଳାପରେ ମଧ୍ୟ ଜଡିତ । ଅନ୍ୟ ଜଣେ ଉତ୍କଳ ବିଶ୍ବବିଦ୍ୟାଳୟ ଜେଇଙ୍କ କାର୍ଯ୍ୟକାଳ ସରିବା ପରେ ମଧ୍ୟ ସେ ବର୍ତ୍ତମାନ କିପରି କାର୍ଯ୍ୟ କରୁଛନ୍ତି । ଏହା ଉପରେ ବାଣୀ ବିହାର ଛାତ୍ର ପରିଷଦ ପ୍ରଶ୍ନ ଉଠାଇଛନ୍ତି । ଯଦି ଆଗାମୀ ଦିନରେ ଦାବି ପୂରଣ ନୁହେଁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଛାତ୍ର ସଂସଦ । ଅନ୍ୟ ପକ୍ଷରେ ଏହି ସମ୍ପର୍କରେ କୁଳପତି ଏବଂ ରେଜିଷ୍ଟର ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ବାଧ୍ୟ ନୁହଁନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.