ETV Bharat / city

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରେ ପାଣିର ଘୋର ଅଭାବ, ଛାତ୍ରୀଙ୍କ ଧାରଣା

ଉତ୍କଳ ବିଶ୍ୱବିଦ୍ୟାଳୟର ଶୈଳବାଳା ଛାତ୍ରୀନିବାସରେ ପିଇବା ପାଣି ଅଭାବ ନେଇ ଛାତ୍ରୀଙ୍କ ଧାରଣା । ଅଧିକ ପଢନ୍ତୁ

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରେ ପାଣିର ଘୋର ଅଭାବ, ଛାତ୍ରୀଙ୍କ ଧାରଣା
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରେ ପାଣିର ଘୋର ଅଭାବ, ଛାତ୍ରୀଙ୍କ ଧାରଣା
author img

By

Published : Jun 30, 2022, 1:48 PM IST

ଭୁବନେଶ୍ବର: ଉତ୍କଳ ବିଶ୍ବ ବିଦ୍ୟାଳୟର ଛାତ୍ରୀ ନିବାସରେ ପିଇବା ପାଣିର ଘୋର ଅଭାବ। ରାସ୍ତାକୁ ଓହ୍ଲାଇଲେ ଶୈଳବାଳା ଛାତ୍ରୀନିବାସର ଶତାଧିକ ଛାତ୍ରୀ। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ବୁଧବାର ରାତିରେ ଧାରଣାରେ ବସି ରହିଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଛାତ୍ରୀମାନେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ବାସଭବନରେ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ହଷ୍ଟେଲ ସମସ୍ୟାର ସମାଧାନ କରାଯିବା ନେଇ କୁଳପତି ଆଶ୍ବାସନା ଦେବା ପରେ ଛାତ୍ରୀମାନେ ଧାରଣାରୁ ଓହରିଥିଲେ । ତେବେ ଛାତ୍ର ଗଣ୍ଡଗୋଳ ବିବାଦର ସମାଧାନ ହୋଇନଥିବା ବେଳେ ବିଶ୍ବବିଦ୍ୟାଳୟରେ ଏବେ ହଷ୍ଟେଲ ସମସ୍ୟା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସରେ ପାଣିର ଘୋର ଅଭାବ, ଛାତ୍ରୀଙ୍କ ଧାରଣା

ବହୁଦିନ ହେବ ଛାତ୍ରୀନିବାସରେ ପାଣି ସମସ୍ୟା ଲାଗିରହିଛି । ଆଗରୁ କେତେବେଳେ କେମିତି ପାଣି ଆସୁଥିଲା, ଏନେଇ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ, ମାତ୍ର ଗତକାଲି ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା । ପିଇବା ପାଣି ଆଦୌ ନ ଆସିବାରୁ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଏ ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଥିଲା । ଯେଉଁଥିପାଇଁ ସନ୍ଧ୍ୟାରେ ହଷ୍ଟେଲର ସମସ୍ତ ଛାତ୍ରୀ ହାତରେ ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଥିଲେ। ଯେପର୍ଯ୍ୟନ୍ତ ପିଇବା ପାଣି ସମସ୍ୟାର ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି କହିଥିଲେ।

କେବଳ ପାଣି ସମସ୍ୟା ନୁହେଁ ହଷ୍ଟେଲରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ମଧ୍ୟ କରିଥିଲେ। ଏହି ଛାତ୍ରୀନିବାସର ପାଚେରୀ ଛୋଟ ହୋଇଥିବାରୁ ସନ୍ଧ୍ୟା ହେଲେ ଚୋରମାନେ ପାଚେରୀ ଡେଇଁ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍‌ ଓ କିଛି ଛାତ୍ରୀଙ୍କ ଡ୍ରେସ୍‌ ଚୋରି ହୋଇଛି। ସୁରକ୍ଷା କର୍ମୀ ରହିଥିଲେ ମଧ୍ୟ ସେମାନେ ଚୋରି ରୋକିବା‌ରେ ସଫଳ ହୋଇପାରୁ ନାହାନ୍ତି। ‌ତେଣୁ ତୁରନ୍ତ ପାଚେରୀ ଉଚ୍ଚତା ବଢ଼ାଯିବା ସହ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଅଡି ବସିଥିଲେ ।

ଏନେଇ ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ମାତ୍ର ତାହାର କୌଣସି ପ୍ରଭାବ ସେମାନଙ୍କ ଉପରେ ପଡ଼ି ନ ଥିଲା। କୁଳପତି ନିଜେ ଆସି ଆଲୋଚନା କରନ୍ତୁ ବୋଲି ସେମାନେ ଅଡ଼ି ବସିଥିଲେ। ପାଖାପାଖି ତିନି ଘଣ୍ଟା ଧରି ସେମାନେ ଧାରଣାରେ ବସିବା ପରେ ହଷ୍ଟେଲ ‌ୱାର୍ଡେନ୍‌ ପ୍ରଫେସର ଡି ହୋତା ସେଠାରେ ପହଞ୍ଚି ଆନ୍ଦୋଳନରୁ ଓହରି ଯିବାକୁ ଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କୁଳପତି ଆସିବା ପରେ ଧାରଣାରୁ ହଟିଥିଲେ ଛାତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.