ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦାବି ଜୋର ଧରିଲା । ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଓ ନୂତନ ଛାତ୍ର ମିଳିତ ଭାବେ ଏହି ପ୍ରସଙ୍ଗକୁ ଉପସ୍ଥାପିତ କରିଛନ୍ତି । ଏନେଇ ହାତରେ ପ୍ଲାକାର୍ଡ଼ ଧରି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଦାବି ଉପସ୍ଥାପନା କରିଥିଲେ । ଏହାସହ ବର୍ତ୍ତମାନର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ହୋଇଥିବା ବେଳେ ଏଥିପ୍ରତି ଧ୍ୟାନ ଦେବା ପାଇଁ କହିଥିଲେ ।
ଏହା ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ହୋଇଥବା ବେଳେ ଏଠାରେ କେବଳ ଖାଲି ରାଜ୍ୟର ଛାତ୍ରଛାତ୍ରୀ ନୁହେଁ ବରଂ ଦେଶର କୋଣ ଅନୁକୋଣରୁ ବି ଛାତ୍ରଛାତ୍ରୀ ପଢିବାକୁ ଆସିଥାନ୍ତି । ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରାଗଲେ । ନିଶ୍ଚିତ ଭାବେ ଅତ୍ୟାଧୁନିକ ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାଦାନର ସୁବିଧା ଛାତ୍ରଛାତ୍ରୀ ପାଇପାରିବେ । ତେଣୁ କେନ୍ଦ୍ର ସରକାର ଏ ଦିଗରେ ଧ୍ୟାନ ଦେବା ସହ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳରେ ମାନ୍ୟତା ଦିଅନ୍ତୁ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ