ETV Bharat / city

ବାହାରିନରେ ଉତ୍କଳ ଦିବସ ପାଳିଲେ ଓଡିଆ, ମନମୋହିଲା ଓଡିଶା କଳା ସଂସ୍କୃତି - ବାହାରିନରେ ଉତ୍କଳ ଦିବସ ପାଳିଲେ ଓଡିଆ

ବାହାରିନରେ କୋଭିଡ୍ କଟକଣା କୋହଳ ପରେ ଓଡ଼ିଆ ମାନେ ଉତ୍କଳ ଦିବସ ପାଳନ କରିଛନ୍ତି । ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉତ୍ସବକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ ପରିବାର ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି ।

ବାହାରିନରେ ରଙ୍ଗାରଙ୍ଗ ଓଡ଼ିଆ ସାଂସ୍କୃତିକ ଉତ୍ସବ

author img

By

Published : May 22, 2022, 9:40 AM IST

Updated : May 22, 2022, 9:57 AM IST

ଭୁବନେଶ୍ବର: ବାହାରିନରେ କୋଭିଡ୍ କଟକଣା କୋହଳ ପରେ ଓଡ଼ିଆ ମାନେ ଉତ୍କଳ ଦିବସ ପାଳନ କରିଛନ୍ତି । ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉତ୍ସବକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ ପରିବାର ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି । ଏହି ଅବସରରେ ହସ୍ତଶିଳ୍ପ, ପିପିଲି ଚାନ୍ଦୁଆ ତଥା ଅନ୍ୟାନ୍ୟ ବହୁ ହସ୍ତକଳା ପ୍ରଦର୍ଶିତ ହୋଇଛି ।

ବାହାରିନରେ ରଙ୍ଗାରଙ୍ଗ ଓଡ଼ିଆ ସାଂସ୍କୃତିକ ଉତ୍ସବ
ବାହାରିନରେ ରଙ୍ଗାରଙ୍ଗ ଓଡ଼ିଆ ସାଂସ୍କୃତିକ ଉତ୍ସବ

ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ଓ ନୂତନ ପିଢ଼ି ମଧ୍ୟରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ହସ୍ତଶିଳ୍ପକୁ ପରିଚିତ କରିବା ଲାଗି ଓଡ଼ିଆ ସମାଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଦେଶରେ ଓଡ଼ିଆ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କାରାଯାଇଛି । ଏହି ସୂଚନା ଦେଇଛନ୍ତି ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ତଥା ବିଶ୍ବ ଓଡ଼ିଆ ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜ ।

ବାହାରିନରେ ଉତ୍କଳ ଦିବସ ପାଳିଲେ ଓଡିଆ

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକ୍ରମରେ ଭିସି ଯୋଗେ ଯୋଡି ହୋଇଥିଲେ । ବାହାରିନ ଓଡ଼ିଆ ସମାଜର ଏହି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ରାଜ୍ୟପାଳ । ବାହାରିନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବସ୍ତାବ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ଭାରତ ଓ ବାହାରିନ ସାଂସ୍କୃତିକ ସଦ୍ଭାବନାରେ ଏଭଳି କାର୍ଯ୍ୟକ୍ରମ ବହୁ ଗୁରୁତ୍ବ ବହନ କରେ ବୋଲି କହିଛନ୍ତି ରାଜ୍ୟପାଳ ।

କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦେଶ ମାଟିରେ ଏଭଳି ଓଡ଼ିଆ କଳା, ସଂସ୍କୃତି, ପରମ୍ପରାର କାର୍ଯ୍ୟକ୍ରମ ଦେଖି ସେ ଅଭିଭୂତ ହୋଇଛନ୍ତି । ଆଗାମୀ ସମୟରେ ବାହାରିନ ଓ ଓଡ଼ିଶା ମଧ୍ୟରେ ଲୋକ କଳା, ଲୋକ ସଂସ୍କୃତିର ବିନିମୟ କାର୍ଯ୍ୟକ୍ରମ ହେବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ଜାପାନ୍, କୋରିଆ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ଶ୍ରୀଲଙ୍କା ଆଦି ଦେଶର ରାଷ୍ଟ୍ରଦୂତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଓଡ଼ିଆ ସଂସ୍କୃତିର ଏଭଳି ଆକର୍ଷଣୀୟ ବିଭବ ଦେଖି ସେମାନେ ଆନନ୍ଦ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ତାଙ୍କ ଛାତ୍ର ଛାତ୍ରୀମାନେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟର ଭିନ୍ନ ଭିନ୍ନ ଶୈଳୀ ପରିବେଷଣ କରିଛନ୍ତି । କଳାକାରଙ୍କ ପ୍ରଦର୍ଶନ ଉପସ୍ଥିତ ଅତିଥିଙ୍କର ମନ ଜିଣିଛି । ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଆକର୍ଷଣୀୟ ବାଲୁକା କଳା ଆନିମେସନ ପ୍ରଦର୍ଶିତ ହୋଇଛି । ଏଥିରେ ଭାରତ ଓ ବାହାରିନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଯୁଗଳବନ୍ଦୀ ପ୍ରଦର୍ଶିତ ହୋଇଛି । ଯାହାକି ଅତିଥି ଓ ଦର୍ଶକ ମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି ।

ଏଥିସହିତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମାନଙ୍କ ଦ୍ବାରା ସବାଇ ଘାସରେ ପ୍ରସ୍ତୁତ ହସ୍ତଶିଳ୍ପ, ପିପିଲି ଚାନ୍ଦୁଆ ତଥା ଅନ୍ୟାନ୍ୟ ବହୁ ହସ୍ତକଳା ପ୍ରଦର୍ଶନ ହୋଇଛି । ଓଡ଼ିଶା ବୁଣାକାରମାନଙ୍କର ଦ୍ବାରା ପ୍ରସ୍ତୁତ ବସ୍ତ୍ରର ପ୍ରଚାର, ପ୍ରସାର ନିମନ୍ତେ ଏକ ଫ୍ୟାଶନ ସୋ'ର ମଧ୍ୟ ଆୟୋଜନ କରାଯାଇଛି । ଅରୁଣୀତା ପ୍ରହରାଜ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 22, 2022, 9:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.