ETV Bharat / city

85 ବର୍ଷରେ ସମୃଦ୍ଧ ଓଡିଶା, ମନେପଡେ ସେନାନୀଙ୍କ ସଂଘର୍ଷ

1936 ମସିହା ଆଜିର ଦିନରେ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ପ୍ରଥମ ଭାଷା ଆଧାରିତ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ...

85 ବର୍ଷରେ ସମୃଦ୍ଧ ଓଡିଶା, ମନେପଡେ ସେନାନୀଙ୍କ ସଂଘର୍ଷ
ଆଜି ଉତ୍କଳ ଦିବସ
author img

By

Published : Apr 1, 2021, 7:18 AM IST

Updated : Apr 1, 2021, 3:55 PM IST

ଭୁବନେଶ୍ବର: 1936 ମସିହା ଆଜିର ଦିନରେ ଆମ ରାଜ୍ଯ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଓଡିଶା ନବଗଠିତ ହେବା ସ୍ମୃତିରେ ପ୍ରତି ବର୍ଷ ଏପ୍ରିଲ ମାସ 1 ତାରିଖକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ ।

85 ବର୍ଷରେ ସମୃଦ୍ଧ ଓଡିଶା, ମନେପଡେ ସେନାନୀଙ୍କ ସଂଘର୍ଷ

ଆଜିର ଦିନ ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ବପ୍ନ ସହତି ଜଡିତ ଓଡିଆ ଜାତିର ସ୍ବାଭିମାନର ଏକ ସ୍ମାରକ ଜନ୍ମ ନେଇଥିଲା । ଉତ୍କଳ ପରି ଦେବଭୂମି ଓ ଦେବ ଭୂମି ବିରଳ । ନଦନଦୀ, ପ୍ରକୃତି ପ୍ରାଚୂର୍ଯ୍ୟରେ ପରିପୂର୍ଣ୍ଣ ଉତ୍କଳ ଏକ ପ୍ରାଣମୟ ଭୂଖଣ୍ଡ ସମଗ୍ର ଭାରତ ବର୍ଷରେ ଏକ ଉନ୍ନତ ତଥା ବିଭବଶାଳୀ ରାଜ୍ୟ ଭାବେ ପରିଚିତ । ପ୍ରତିବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।

1568 ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ଅପ୍ରାଣ ପ୍ରାଣେ ଚେଷ୍ଟା କରିଆସୁଥିଲେ । ସେମାନଙ୍କ ନେତୃତ୍ବରେ ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ତେଜିଲା ।

  • ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁଭକାମନା । ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ୍ ସେନାନୀଙ୍କୁ ମୋର କୋଟି କୋଟି ପ୍ରଣାମ । ଆସନ୍ତୁ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ କରିବା ।

    ବନ୍ଦେ ଉତ୍କଳ ଜନନୀ । pic.twitter.com/oBWNcLYbO2

    — Dharmendra Pradhan (@dpradhanbjp) April 1, 2021 " class="align-text-top noRightClick twitterSection" data=" ">

1875ରେ ବାଲେଶ୍ବରର ରାଜା ଶ୍ୟାମାନନ୍ଦ ଦେ ଓ ଜାତିପ୍ରେମୀ ବିଚିତ୍ରାନନ୍ଦ ଦାସ ଗଭର୍ଣ୍ଣରକୁ ସାକ୍ଷାତ କରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ଏକ ସ୍ମାରକ ପତ୍ର ଦେଇଥିଲେ । ତାହା ଥିଲା ସ୍ବତନ୍ତ୍ର ପ୍ରଦେଶ ଗଠନ ଦିଗରେ ପ୍ରଥମ ଦାବି ପତ୍ର । 1882ରେ ଉତ୍କଳଗୌରବ ମଧୁସୂଦନ କୋଲକାତା ଛାଡି ଓକିଲାତି କରିବା ପାଇଁ କଟକ ଆସିଥିଲେ । ସେ ଓଡିଶାର ଦୟନୀୟ ସ୍ଥିତି ଦେଖି ସ୍ବତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ଚିନ୍ତା କରିଥିଲେ ।

ସେତେବେଳେ ସକ୍ରିୟ ଥିଲେ ପ୍ରଥମ ଓଡିଆ ସମ୍ବାଦ ପତ୍ର ଉତ୍କଳ ଦୀପିକାର ପ୍ରତିଷ୍ଠାତା କର୍ମବୀର ଗୌରୀଶଙ୍କର ରାୟ । ସଭା ସମିତି ଜରିଆରେ ଜନମତ ସୃଷ୍ଟି କରୁଥିଲେ ସେ । ମଧୁସୂଦନ ତାଙ୍କ ସହ ଯୋଗଦେବା ସହ ଗଠିତ ହୋଇଥିବା ଉତ୍କଳ ସଭା । ଶେଷର ତୀବ୍ର ଆନ୍ଦୋଳନ ପ୍ରତିବାଦ ହିଁ ଓଡିଶାକୁ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଢି ତୋଳିଥିଲା ।

ପ୍ରଥମେ ଓଡିଶା 6ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ନିର୍ମାଣ ହୋଇଥିଲା । 1992 ମସିହାରେ ଓଡିଶାର 13ଟି ଜିଲ୍ଲାକୁ ପୁନର୍ବିଭାଜନ କରି 30 ଟି ଜିଲ୍ଲାରେ ଭାଗ କରାଗଲା । ସାର୍ ଅଷ୍ଟିନ ହବାକ ଓଡିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2021, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.