ETV Bharat / city

ରିଙ୍ଗ ରୋଡ କାର୍ଯ୍ୟ ସାରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : May 6, 2022, 7:10 AM IST

ରାଜଧାନୀ ଉପକଣ୍ଠର 45ଟି ମୌଜାକୁ ସଂଯୋଗ ଲାଗି ପ୍ରସ୍ତାବିତ ରିଙ୍ଗ ରୋଡ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ଉନ୍ନୟନ ମନ୍ତ୍ରୀ । ଅଧିକ ପଢନ୍ତୁ

ରିଙ୍ଗ ରୋଡ କାର୍ଯ୍ୟ ସାରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ରିଙ୍ଗ ରୋଡ କାର୍ଯ୍ୟ ସାରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ସହରୀ ଯୋଜନାରେ ସାମିଲ ହୋଇଥିବା ରାଜଧାନୀ ଉପକଣ୍ଠର 45ଟି ମୌଜାକୁ ସଂଯୋଗ ଲାଗି ପ୍ରସ୍ତାବିତ ‘ରିଙ୍ଗ ରୋଡ’ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ଉନ୍ନୟନ ମନ୍ତ୍ରୀ । ଏଥିସହିତ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଅଞ୍ଚଳରେ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀ ଉପକଣ୍ଠରେ ଥିବା ଇଲାକାରେ ସହରୀ ଯୋଜନାକୁ ବ୍ୟବସ୍ଥିତ କରିବା ଲାଗି ସେଗୁଡିକୁ ଟାଉନ୍‍ ପ୍ଲାନିଂ(ଟିପି) ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଏଥିରେ ମୋଟ 45ଟି ମୌଜା ସାମିଲ ହୋଇଛି ।

ଏଠାରେ ଥିବା ଜମିମାଲିକମାନଙ୍କୁ ଜଳ, ବିଦ୍ୟୁତ୍‍, ସଡକ ଭଳି ମୌଳିକ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ବିଡିଏ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବାବେଳେ ଇତିମଧ୍ୟରେ 4ଟି ମୌଜାରେ କାର୍ଯ୍ୟ ସରିଥିବା ସୂଚନା ମିଳିଛି । ଅବଶିଷ୍ଟ ମୌଜାଗୁଡିକରେ ପର୍ଯ୍ୟାୟକ୍ରମେ ଭିତ୍ତିଭୂମି ବିକାଶ କାର୍ଯ୍ୟ ସାରିବା ଲାଗି ମନ୍ତ୍ରୀ ବିଡିଏ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଭିତ୍ତିଭୂମି କାର୍ଯ୍ୟ କେତେ ପରିମାଣରେ ଆଗେଇଛି ତାହାର ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଏହି ଯୋଜନାରେ ଅର୍ନ୍ତଭୁକ୍ତ ଅଞ୍ଚଳରେ ସ୍ବରେଜ ବ୍ୟବସ୍ଥା ଲାଗି ତୁରନ୍ତ ଡିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଡିପିଆର ପ୍ରସ୍ତୁତ ପରେ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ବରାଦ ହୋଇପାରିବ ।

ତେବେ ଇତିମଧ୍ୟରେ ଟିପି-୧ ଯୋଜନାରେ ଥିବା ସିଜୁପୁଟ ମୌଜା ଓ ଟିପି-୩ରେ ଥିବା ପାଇକରାପୁର ମୌଜାରେ ଆନ୍ତଃ ସଡକ ନିର୍ମାଣ କାର୍ଯ୍ୟ ବିଡିଏର ଇଞ୍ଜିନିୟରିଂ ବିଭାଗ ଆରମ୍ଭ କରିଛି । ଟିପି-୪ରେ ଆସୁଥିବା ଗ୍ରାମଗୁଡିକରେ ସଡକ ନିର୍ମାଣ ପାଇଁ ଟେଣ୍ଡର କାର୍ଯ୍ୟ ସମାପ୍ତ ହୋଇଛି । ତେବେ ଏହି ଯୋଜନାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ରିଙ୍ଗରୋଡ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟିପି ଯୋଜନାରେ ଥିବା ଅଞ୍ଚଳର ସମସ୍ତ ସଡକ ଏହି ରିଙ୍ଗରୋଡକୁ ସଂଯୋଗ କରୁଛି । ଏହା ନିର୍ମାଣ ପରେ ସହର ଭିତରେ ଟ୍ରାଫିକ ଭିଡ ହ୍ରାସ ପାଇବ । ସମୀକ୍ଷା ବୈଠକରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.