ETV Bharat / city

ଆସନ୍ତା 24ଘଣ୍ଟା ମଧ୍ୟରେ ଟ୍ବିନ ସିଟିରେ ପ୍ରବଳ ବର୍ଷା - ଆଞ୍ଚଳିକ ପାଣିପାଗ ବିଭାଗ

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜଧାନୀ ସମେତ କଟକରେ ପ୍ରବଳ ବର୍ଷା ହୋଇପାରେ । ଘଡଘଡି ସହ ଲାଗି ରହିବ ବର୍ଷା । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 28, 2019, 7:41 PM IST

ଭୁବନେଶ୍ବର: ଆସନ୍ତା 24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଟ୍ବିନସିଟିରେ । ଖାଲି ଏତିକି ନୁହେଁ ପ୍ରବଳ ବର୍ଷା ସହ ବଜ୍ରପାତ ମଧ୍ୟ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଝାଡଖଣ୍ଡରୁ ପଶ୍ଚିମବଙ୍ଗ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ହୋଇଥିବା ଟ୍ରପ ଲାଇନ ପ୍ରଭାବରେ ବର୍ଷା ହେବ ବଲି କହିଛି ବିଭାଗ । ଟ୍ରପ ଲାଇନ ପ୍ରଭାବରେ ଉତ୍ତର ଓଡିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, କଟକ, ବାଲେଶ୍ବର, ମୟୁରଭଞ୍ଜ, ପୁରୀ, ନୟାଗଡ, ଜଗତସିଂହପୁର, ଢେଙ୍କାନାଳ ଏବଂ ଅନୁଗୁଳରେ ମଧ୍ୟ ବଜ୍ରପାତ ନେଇ ସତର୍କତା ଜାରି କରିଛି ପଣିପାଗ କେନ୍ଦ୍ର ।

କିନ୍ତୁ ଆଶ୍ବସ୍ତିକର ବିଷୟ ହେଉଛି ୪୮ ଘଣ୍ଟା ପରେ ରାଜ୍ୟରେ ବର୍ଷାର ପରିମାଣ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଗତ 24 ଘଣ୍ଟାରେ କଟକ ନିଆଳିରେ ସର୍ବାଧିକ 170 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପଣିପାଗ ସୂଚନା।

Body:ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ୱର,କଟକ ଦ୍ୱୈତ ନଗରୀରେ ବିଜୁଳି ,ଘଡଘଡି ବର୍ଷା ହେବ। ଝାରଖଣ୍ଡ, ପଶ୍ଚିମବଙ୍ଗ ହେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ଲାଇନ ସୃଷ୍ଟି ହୋଇଛି ,ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ ,ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,ଢେଙ୍କାନାଳ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ରେ ପ୍ରବଳ ବର୍ଷା ହେବ।ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, କଟକ,ବାଲେଶ୍ୱର,ମୟୁରଭଞ୍ଜ, ପୁରୀ,ନୟାଗଡ଼,ଜଗତସିଂହପୁର, ଢେଙ୍କାନାଳ ଏବଂ ଅନୁଗୁଳରେ ବଜ୍ରପାତ ନେଇ ୱାର୍ନିଙ୍ଗ ଜାରି କରିଛି ପଣିପାଗ କେନ୍ଦ୍ର। ୪୮ ଘଣ୍ଟା ପରେ ଓଡ଼ିଶାରେ ବର୍ଷା ର ପରିମାଣ କମିବ।ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ନିଆଳିରେ ସର୍ବାଧିକ ୧୭୦ମିମି ବର୍ଷା ରେକର୍ଡ କରାଯାଇଛି।ଚଳିତ ବର୍ଷା ଋତୁରେ ଜୁନ ପହିଲାରୁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି।ଚଳିତ ବର୍ଷ ୪ ଟି ଜିଲ୍ଲାରେ କୋରାପୁଟ, ଗଞ୍ଜାମ, ପୁରୀ ଏବଂ ଝାରସୁଗୁଡା ରେ ଅଧିକ ବର୍ଷା ହୋଇଛି।ବାଲେଶ୍ୱର ଜିଲାରେ ନିଆଣ୍ଟିଆ ବର୍ଷା ହୋଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.