ଭୁବନେଶ୍ବର: ୟୁପି ଗାର୍ଲଙ୍କ କୋର୍ଟରେ ବୟାନ ରେକର୍ଡ଼ । ସିଜେଏମ କୋର୍ଟରେ ରେକର୍ଡ ହେଲା ବୟାନ । ଧାରା ୧୬୪ରେ ହେଲା ବୟାନ ରେକର୍ଡ଼ ଅପହରଣ ମାମଲାରେ ଓଡିଶା ଆସିଥିଲା ୟୁପି ପୋଲିସ । ଯୁବତୀଙ୍କୁ ନାବାଳିକା ଭାବି ୟୁପି ଫେରାଇ ନେବାକୁ ଚାହୁଁଥିଲା ପୋଲିସ ।
ତେବେ ଯୁବତୀ ଜଣକ ନିଜ ପ୍ରମାଣ ପତ୍ରରେ ସାବାଳିକା (୧୮ବର୍ଷ ୪ମାସ) ବୋଲି ଦର୍ଶାଇ ନଫେରିବାକୁ ଜିଦ ଧରିଥିଲେ । ସେପଟେ ଯୁବତୀର ପରିବାର ଲୋକେ ୟୁପି ଗୋରଖପୁର ଥାନାରେ ତାଙ୍କ ନାବାଳିକା ଝିଅକୁ ଅପହରଣ ହୋଇଥିବା ଅଭିଯୋଗ କରିଥିଲେ। ତେବେ ଯୁବତୀ ଆକାଁକ୍ଷା ସିଂ ଏୟାରଫିଲଡ଼ ଥାନା ଏରିଆର ଯୁବକ ପୃଥ୍ବିରାଜ ପଣ୍ଡାଙ୍କୁ ଭଲପାଇ ଓଡିଶା ପଳାଇଆସିଥିଲେ । ପରେ ଏଭଳି ପରିସ୍ଥିତି ଉପୁଜିଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ