ETV Bharat / city

'କୋରୋନାର ସ୍ଥିତିକୁ ଅନୁଧ୍ୟାନ କରି UNLOCKର ନିଷ୍ପତ୍ତି ନିଆଯିବ'

author img

By

Published : Jul 29, 2021, 1:43 PM IST

କୋରୋନାର ସ୍ଥିତିକୁ ଅନୁଧ୍ୟାନ କରି ଅନଲକର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ...

'କୋରୋନାର ସ୍ଥିତିକୁ ଅନୁଧ୍ୟାନ କରି UNLOCKର ନିଷ୍ପତ୍ତି ନିଆଯିବ'
'କୋରୋନାର ସ୍ଥିତିକୁ ଅନୁଧ୍ୟାନ କରି UNLOCKର ନିଷ୍ପତ୍ତି ନିଆଯିବ'

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ କମୁଥିବା ବେଳେ କିଛି ଜିଲ୍ଲାରେ ଏବେ ମଧ୍ୟ ସଂକ୍ରମଣ ବଢୁଛି । ତେବେ ରାଜ୍ୟରେ କୋରୋନାର ସ୍ଥିତି, ସମୟ ଓ ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନଲକର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

ଜୁଲାଇ ଅନଲକ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଆଗାମୀ ଅନଲକକୁ ନେଇ ମତ ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ବର୍ତ୍ତମାନ କଟକ ଓ ଖୋର୍ଦ୍ଧାରେ ସମ୍ପୂର୍ଣ୍ଣ ଅନଲକ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ ଓ ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକର ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ ଯାହା କହିବ ସେହି ଭାବରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ତେବେ ସମସ୍ତ ନିଷ୍ପତ୍ତି ସ୍ଥାୟୀ ନୁହେଁ । ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଗତ କିଛି ଦିନ ହେଲା 1600ରୁ 1700 ମଧ୍ୟରେ ସଂକ୍ରମଣ ରହୁଛି ।

ରାଜ୍ୟରେ ବିଶେଷ ଭାବରେ ସଂକ୍ରମଣ ବଢିନାହିଁ । ଏଣୁ ବିଭିନ୍ନ ଜିଲ୍ଲାର ସ୍ଥିତି ଓ ସଂକ୍ରମଣ ହାରକୁ ସମୀକ୍ଷା କରି ଅନଲକ ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ବରାନ୍ବିତ କରିବେ । ଜାତୀୟ ହାରରେ ରାଜ୍ୟର ସଂଖ୍ୟା ନଗଣ୍ୟ ରହିଛି । ସେପଟେ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ କମୁଥିବା ବେଳେ କିଛି ଜିଲ୍ଲାରେ ସଂକ୍ରମଣ ହାର ବଢ଼ିବାରେ ଲାଗିଛି । ସେହି ଜିଲ୍ଲା ଗୁଡିକ ଉପରେ ଗୁରୁତ୍ବ ଦେଇ ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ସମ୍ପର୍କରେ ଚିନ୍ତା କରିବେ ବୋଲି କହିଛନ୍ତି ଡିଏମଇଟି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.