ଭୁବନେଶ୍ବର: କରୋନା କଟକଣାରେ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ପରାମର୍ଶ । ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବାକୁ ୟୁଜିସିର ଚିଠି । ଦେଶରେ କୋଭିଡ ମହାମାରୀ ଆରମ୍ଭ ହେବା ପରେ ୟୁଜିସି ଶିକ୍ଷାନୁଷ୍ଠାନ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ।
ତେବେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ଏକାଡେମିକ୍ କାର୍ଯ୍ୟକଳାପ ଉପରେ ନଜର ରଖିବା ସହ ସମୟାନୁସାରେ ଏକାଡେମିକ୍ କ୍ୟାଲେଣ୍ଡର ଓ ପରୀକ୍ଷା ସମ୍ବନ୍ଧ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିଛି। କରୋନାର ଉପଯୁକ୍ତ ଆଚରଣକୁ ସବୁ ସମୟରେ ତଥା ବିଶ୍ୱବିଦ୍ୟାଳୟ, କଲେଜ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ସ୍ଥାନରେ ନିଶ୍ଚିତ ଭାବରେ ପାଳନ କରିବାକୁ ଅନୁରୋଧ କରାଯାଇଛି । ଅଫଲାଇନ୍, ଅନଲାଇନ ଏବଂ ଉଭୟ ମୋଡରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପରାମର୍ଶରେ କ୍ଲାସ୍ ଏବଂ ପରୀକ୍ଷା ପରିଚାଳନା କରନ୍ତୁ ବୋଲି ସମସ୍ତ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ