ETV Bharat / city

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ରହିତାଦେଶ, ତର୍ଜମା କରି ପକ୍ଷ ରଖିବେ ସରକାର: ସାଂସଦ

author img

By

Published : May 21, 2022, 10:40 PM IST

ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ବିଲକୁ ସୁପ୍ରିମକୋର୍ଟରେ ରହିତାଦେଶ ଜାରି କରିଛନ୍ତି । 3 ମାସ ଲାଗି ଏହି ସଂଶୋଧନ ବିଲ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ତେବେ ରାଜ୍ୟ ସରକାର ତର୍ଜମା କରି ପକ୍ଷ ରଖିବେ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ

ସାଂସଦ
ସାଂସଦ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ବିଲକୁ ସୁପ୍ରିମକୋର୍ଟରେ ରହିତାଦେଶ ଜାରି କରିଛନ୍ତି । 3 ମାସ ଲାଗି ଏହି ସଂଶୋଧନ ବିଲ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ତେବେ ରାଜ୍ୟ ସରକାର ତର୍ଜମା କରି ପକ୍ଷ ରଖିବେ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ରହିତାଦେଶ, ତର୍ଜମା କରି ପକ୍ଷ ରଖିବେ ସରକାର: ସାଂସଦ

ଅମର କହିଛନ୍ତି ଯେ, ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ବିଲ ଉପରେ ସୁପ୍ରିମକୋର୍ଟଙ୍କ 3 ମାସ ସ୍ଥଗିତାଦେଶ ଦେଇଛନ୍ତି । ଏହା ଚୂଡାନ୍ତ ନୁହେଁ କିମ୍ବା ସର୍ବୋଚ୍ଚ କୋର୍ଟ ଏନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି । ୟୁଜିସି ପକ୍ଷରୁ ଏକ ଏସଏଲପି ଫାଇଲ ହୋଇଛି । ଏହା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି । ଏହା ୟୁଜିସି ଗାଇଡ ଲାଇନର 2018ର ପରିପନ୍ଥୀ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି । ହାଇକୋର୍ଟରେ ସମାନ କଥା ୟୁଜିସି ଉଠାଇଥିଲା ।

ଏହା କୌଣସି ପରିପନ୍ଥୀ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ । ବିଧାନସଭାରେ ସବୁ ଦଳ ଅଛନ୍ତି । ସେଠି ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ବିଲକୁ ନେଇ ତର୍କ ହୋଇଛି । ଆଉ ଏହାଠାରୁ ଅଧିକ ଭଲ ଆଲୋଚନା କେଉଁଠି ହୋଇପାରିଥାନ୍ତା ବୋଲି ଅମର କହିଛନ୍ତି । ସୁପ୍ରିମକୋର୍ଟ 3 ମାସ ପାଇଁ ସ୍ଥଗିତ ରଖିଛନ୍ତି । ରାଜ୍ୟ ସରକାର ତାକୁ ତର୍ଜମା କରୁଛନ୍ତି । ଯାହା କୋର୍ଟ ରିପୋର୍ଟ ମାଗିବେ ତାହା ସରକାର ପ୍ରଦାନ କରିବେ । ଏହି ଆଇନରେ କିଛି ଭୁଲ ନଥିବା ନେଇ ହାଇକୋର୍ଟ ମତ ଦେଇଛନ୍ତି । ସ୍ପିକିଂ ଅର୍ଡର ବି ଦେଇ ସାରିଛନ୍ତି । ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ନିଷ୍ପତ୍ତି ପାଇଁ ଅପେକ୍ଷା କରିବା ବୋଲି ଅମର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.