ଭୁବନେଶ୍ବର: କୋରୋନା ସଂକ୍ରମଣ ଭୟବହତା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବଜାର ସିଲ ଅବଧି ବଢ଼ାଇଲା ଭୁବନେଶ୍ବର ମହାନଗର ନିଗମ (ବିଏମସି) ।
ସଂକ୍ରମଣ ଯୋଗୁଁ ବାପୁଜି ନଗର ମାର୍କେଟ ଓ ୟୁନିଟ ୪ ଆମିଷ ମାର୍କେଟକୁ ବନ୍ଦ କରିଛି ବିଏମସି । ସଂକ୍ରମଣ କୁ ଦୃଷ୍ଟିରେ ରଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି । ପୂର୍ବରୁ ଉଭୟ ମାର୍କେଟ ରେ ପ୍ରବଳ ଭିଡ କୁ ଦେଖି ବିଏମସି ଜୁନ ୨୬ ତାରିଖ ପର୍ଯ୍ୟନ୍ତ ସିଲ କରିଥିଲା ।
ତେବେ ଅମାନିଆଙ୍କ ଭିଡ କୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ