ETV Bharat / city

ୟୁନିଟ ୧ରୁ ହଟିବ ୬୫ ବର୍ଷ ପୁରୁଣା ପରିବା ହୋଲସେଲ ମାର୍କେଟ, ଦୂର ହେବ ଟ୍ରାଫିକ ସମସ୍ୟା

author img

By

Published : Feb 10, 2022, 7:59 PM IST

ହଟିବ ୟୁନିଟ-୧ ପରିବା ହୋଲସେଲ ମାର୍କେଟ । ଭୁବନେଶ୍ବର ଉପକଣ୍ଠ ଭଗବାନପୁରକୁ ହେବ ସ୍ଥାନାନ୍ତର । ସେଥିପାଇଁ ଚିହ୍ନଟ ହୋଇଛି ୧୦ ଏକର ଜାଗା ଆଉ BMC ଆରମ୍ଭ କରିଛି ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ଜାଗା ଚିହ୍ନଟ ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ହୋଇଛି ବୈଠକ । ଅଧିକ ପଢନ୍ତୁ

ହଟିବ ୟୁନିଟ ୧ ପରିବା ହୋଲସେଲ ମାର୍କେଟ
ହଟିବ ୟୁନିଟ ୧ ପରିବା ହୋଲସେଲ ମାର୍କେଟ

ଭୁବନେଶ୍ବର: ହଟିବ ୟୁନିଟ-୧ ପରିବା ହୋଲସେଲ ମାର୍କେଟ । ଭୁବନେଶ୍ବର ଉପକଣ୍ଠ ଭଗବାନପୁରକୁ ହେବ ସ୍ଥାନାନ୍ତର । ସେଥିପାଇଁ ଚିହ୍ନଟ ହୋଇଛି ୧୦ ଏକର ଜାଗା ଆଉ BMC ଆରମ୍ଭ କରିଛି ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ଜାଗା ଚିହ୍ନଟ ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ହୋଇଛି ବୈଠକ । ସହର ଭିତରୁ ଗହଳି କମାଇବା ସହ ଟ୍ରାଫିକ ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ନିଆଯାଉଛି ଏହି ପଦକ୍ଷେପ ।

ୟୁନିଟ-୧ରୁ ଉଠିଯିବ ୬୫ ବର୍ଷ ପୁରୁଣା ପରିବା ହୋଲସେଲ ମାର୍କେଟ । ଭୁବନେଶ୍ବର ଉପକଣ୍ଠ ଭଗବାନପୁରକୁ ମାର୍କେଟ ସ୍ଥାନାନ୍ତର ନେଇ ଚିହ୍ନଟ ହୋଇଛି ୧୦ ଏକର ଜାଗା । ମଡେଲ ମାର୍କେଟ ସହ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା କରିବା ପାଇଁ BMC କରୁଛି ଯୋଜନା । ଏନେଇ ଆଜି(ଗୁରୁବାର) ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ।

ହଟିବ ୟୁନିଟ ୧ ପରିବା ହୋଲସେଲ ମାର୍କେଟ

ସେଠାରେ ପରିବା ହୋଲସେଲ ମାର୍କେଟ ଲାଗି ଶୀତଳ ଭଣ୍ଡାର ଠାରୁ ଆରମ୍ଭ କରି ସବୁ ପ୍ରକାର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି । ମୁଖ୍ୟତଃ ସହର ଭିତରେ ଗହଳି କମାଇବା ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ଏହି ନିଷ୍ପତ୍ତି ନିଆଯାଉଛି । ଭଗବାନପୁରକୁ ହୋଲସେଲ ମାର୍କେଟ ସ୍ଥାନାନ୍ତରଣ ଲାଗି ବିଏମସିର ନିଷ୍ପତ୍ତିକୁ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସ୍ବାଗତ କରିଛି ।

ସଂଘର କହିବା ଅନୁଯାୟୀ, ୧୯୫୭ ମସିହାରୁ ୟୁନିଟ-୧ର ୪ ଏକର ଜାଗା ଉପରେ ଅଛି ପରିବା ହୋଲସେଲ ମାର୍କେଟ । ଏବେ ଏଠାରେ ୪୯ ଜଣ ପରିବା ହୋଲସେଲ ବ୍ୟବସାୟୀ ଅଛନ୍ତି । ପ୍ରତିଦିନ ଏଠାକୁ ୨୦୦ ଟ୍ରକ ଯାତାୟତ କରୁଛି । ତେବେ ଏଠାରେ ସ୍ଥାନ ଅଭାବରୁ ପରିବା ହୋଲସେଲ ମାର୍କେଟ ସ୍ଥାନାନ୍ତର ଲାଗି ୨୦୦୭ ମସିହାରୁ ଦାବି କରି ଆସୁଥିଲା ସଂଘ । ଏବେ ବିଏମସି ପକ୍ଷରୁ ପରିବା ହୋଲସେଲ ମାର୍କେଟ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ତେବେ ନୂଆ ମାର୍କେଟରେ ୪୯ ଜଣ ବ୍ୟବସାୟୀଙ୍କ ଲାଗି ଗୋଦାମ ଘର ବ୍ୟବସ୍ଥା କରାଯିବା ଦରକାର । ଏହାସହ ପାଣି, ବିଜୁଳି, ସଡ଼କ, ଶୌଚାଳୟ ଭଳି ଅନ୍ୟ ଆନୁଷଙ୍ଗିକ ସୁବିଧା କଲେ ପରିବା ହୋଲସେଲ ବ୍ୟବସାୟୀ ସେଠାକୁ ସ୍ଥାନାନ୍ତର ହେବେ ବୋଲି କହିଛନ୍ତି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି । ୟୁନିଟ-୧ ହୋଲସେଲ ମାର୍କେଟ ସ୍ଥାନାନ୍ତର ପରେ ଏହାର ଉନ୍ନତିକରଣ କରାଯାଇ ପରିବା ହାଟକୁ ବିସ୍ତୃତ କରାଯିବା ନେଇ ଯୋଜନା କରାଯାଉଛି । ଯାହା ଫଳରେ ୧ ନମ୍ବର ହାଟର ସମସ୍ୟା ବି ଦୂର ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.